କିଏ ହାତେଇବ ଗାଦି?

Spread the love

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି। ଆଜିଠୁ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା। ଅକ୍ଟୋବର ୧୪ ତାରିଖ ସୁଦ୍ଧା ନାମାଙ୍କନପତ୍ର ଦାଖଲ କରିବେ ପ୍ରାର୍ଥୀ। ଏହାପରେ ୧୫ ତାରିଖରେ ପାର୍ଥିପତ୍ର ଯାଞ୍ଚ କରାଯିବ। ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ଅକ୍ଟୋବର ୧୭। ତେବେ ନଭେମ୍ୱର ୩ ତାରିଖରେ ଉପନିର୍ବାଚନ ଭୋଟିଂ ହୋଇଥିବା ବେଳେ ଧାମନଗର ନିର୍ବାଚନମଣ୍ଡଳୀର 252 ଟି ବୁଥରେ ମତଦାନ ହେବ। ୬ ତାରିଖରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ତେବେ ନଭେମ୍ବର 8 ତାରିଖ ସୁଦ୍ଧା ଉପନିର୍ବାଚନ ପ୍ରକ୍ରିୟା ସାରିବା ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ଵାରା କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯାଇଛି। ଗତ ସେପ୍ଟେମ୍ୱର ୧୯ରେ ଧାମନଗର ବିଧାୟକ ବିଷ୍ଣୁ ସେଠିଙ୍କ ପରଲୋକ ହୋଇଥିଲା। ବିଷ୍ଣୁ ସେଠୀଙ୍କ ବିୟୋଗରେ ଖାଲି ପଡ଼ିଛି ଧାମନଗର ବିଧାନସଭା ଆସନ। ସପଟେ ନଭେମ୍ୱର ୩ରେ ଓଡ଼ିଶା ସମେତ ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ଉପନିର୍ବାଚନ ହେବ। ଏସବୁ ଉପନିର୍ବାଚନ ପାଇଁ ୨୦୨୨ ଜାନୁଆରୀ ପହିଲା ସୁଦ୍ଧା ଭୋଟର ତାଲିକାରେ ନାଁ ଥିବା ଭୋଟର ଭୋଟ ଦେଇପାରିବେ।

Leave a Reply

Your email address will not be published. Required fields are marked *