ପଦ୍ମପୁରରେ କମ୍ପୁଛି ପ୍ରଚାର ମୈଦାନ

Spread the love

ବରଗଡ: ପଦ୍ମପୁରରେ ଜୋର ଧରିଲାଣି ପ୍ରଚାର। ଅଭିଜ୍ଞ ବନାମ ସଂଗଠନ। କିଏ ଜିତିବ ପଦ୍ମପୁରବାସୀଙ୍କ ମନ। ପ୍ରଚାରରେ କମ୍ପିଲାଣି ଗାଁରୁ ସହର। ପାଖେଇ ଆସୁଛି ପଦ୍ମପୁର ଉପନିର୍ବାଚନ। ଆଗକୁ ମୈଦାନକୁ ଆସିବେ ବହୁ ପୁରୁଖା। ଏଥିପାଇଁ ଅଣ୍ଟା ଭିଡିଲେଣି ୩ ପ୍ରମୁଖ ରାଜନୈତିକ ଦଳ। ସବୁଠାରୁ ବଡ଼ କଥା ହେଲା ଉଭୟ ବିଜେପି  ଓ କଂଗ୍ରେସର ବରିଷ୍ଠ ଓ ଅଭିଜ୍ଞ ପ୍ରାର୍ଥି ନିର୍ବାଚନ ଲଢୁଛନ୍ତି। ହେଲେ ବିଜେଡ଼ିର ନବାଗତ ପ୍ରାର୍ଥି । କିନ୍ତୁ ପ୍ରାର୍ଥୀ ଘୋଷଣାର ବହୁ ପୂର୍ବରୁ ସେଠାରେ ସଂଗଠନକୁ ବିଜେଡ଼ି ମଜବୁତ କରିବା ସହ ଦଳୀୟ ପ୍ରଚାର ଆରମ୍ଭ କରିଦେଇଥିଲା। ତେଣୁ ପଦ୍ମପୁରରେ ପୁଣି ବିଜେଡ଼ି ବହୁ ଭୋଟରେ ବିଜୟୀ ହେବ ବୋଲି ଦଳ କହିବା ସହ ବିରୋଧିଙ୍କୁ ଟାର୍ଗେଟ କରିଛି। ଏପଟେ ବିଜେପି ଲୋକଙ୍କ ସହ ଥିବାରୁ ଜିତିବା ନେଇ ଦମ୍ଭ ଦେଖାଇଛି। ଏପଟେ କଂଗ୍ରେସ କିନ୍ତୁ ଉଭୟ ବିଜେଡ଼ି ପଦ୍ମପୁରବାସୀଙ୍କୁ ଠକିବା ପାଇଁ ଆରୋପ ପ୍ରତ୍ୟାରୋପ କରୁଥିବା କହିଛି ।

ସେପଟେ ପଦ୍ମପୁର ମଇଦାନରେ ରହିଛନ୍ତି ୧୦ ପ୍ରାର୍ଥୀ। ୨ ଲକ୍ଷ ୫୭ ହଜାର ୪୭୪ ଭୋଟର କରିବେ ମତାଧିକାର ସାବ୍ୟସ୍ତ। ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୭ ଥିବାବେଳେ ମହିଳା ଭୋଟର ୧ଲକ୍ଷ ୨୭ ହଜାର ୫୬୫। ସେହିପରି ୩୧୯ ମତଦାନ କେନ୍ଦ୍ର ରହିଛି। ମାଓପ୍ରଭାବିତ  ୭୪ ବୁଥ ସହ ୭୮ ଟି  ସମ୍ୱେଦନଶୀଳ ବୁଥ ଚିହ୍ନଟ କରାଯାଇଛି। ସୁରକ୍ଷା ବ୍ୟବସ୍ଥାରେ ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବା ସହ ମୋଟ ୪୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ।  ୫୦ ପ୍ରତିଶତ ବୁଥରେ ହେବ ୱେବ କାଷ୍ଟିଙ୍ଗ।

ତେବେ ପଦ୍ମପୁରର ବିଭିନ୍ନ ପ୍ରସଙ୍ଗକୁ ନେଇ ଏବେ କେନ୍ଦ୍ର ରାଜ୍ୟ ମୁହାଁ ମୁହିଁ ସ୍ଥିତିରେ। ଏପଟେ ଗୋଟିଏ ପରେ ଗୋଟିଏ ପ୍ରସଙ୍ଗ ମୁଣ୍ଡ ଟେକୁଛି। ଏମିତି ପରିସ୍ଥିତିରେ ପଦ୍ମପୁରବାସୀ କାହାକୁ ଭରସା କରୁଛନ୍ତି ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *