ଘରେ ପଡିଛି ୬ ମୃତଦେହ

ଉଦୟପୁର: ଘରେ ପଡିଛି ମୃତଦେହ। ଗୋଟିଏ କି ଦୁଇଟି ନୁହେଁ ୬ଟି ମୃତଦେହ ପଡିଛି। ସମସ୍ତ ମୃତଦେହ ଗୋଟିଏ ପରିବାରର। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଥିବା ବେଳେ ୪ ଶିଶୁ ଅଛନ୍ତି।  ସୋମବାର ଦିନର ରାଜସ୍ଥାନ ଉଦୟପୁରର ଗୋଗୁଣ୍ଡା ସହରରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଘରର ଚଟାଣ ଉପରେ ମହିଳାଙ୍କ ସହ ଜଣେ ଶିଶୁର ମୃତଦେହ ପଡିଥିବା ବେଳେ ଶରୀରରେ ଅନେକ କ୍ଷତଚିହ୍ନ ରହିଛି ଓ ଅନ୍ୟ ୪ଟି ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ମୃତକ ହେଲେ ପ୍ରକାଶ ଗାମେଟି , ତାଙ୍କ ସ୍ତ୍ରୀ ଦୁର୍ଗା ଗାମେଟି(୨୭) ଓ ସେମାନଙ୍କ ୪ ନାବାଳକ ସନ୍ତାନ।

ସୋମବାର ଦିନ ପ୍ରକାଶଙ୍କ ଘରେ ପହଞ୍ଚିଥିଲେ ତାଙ୍‌କ ଦୁଇ ଭାଇ। ସେମାନେ ଅନେକ ସମୟ ଧରି ଘରର କବାଟ ବାଡେଇଥିଲେ ମଧ୍ୟ କବାଟ ନ ଖୋଲିବାରୁ ସେମାନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ସେମାନେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଭିତିରେ ପସିବା ବେଳକୁ ଚଟାଣରେ ମା ଓ ଗୋଟିଏ ପିଲା କ୍ଷତାକ୍ତ ଅବସ୍ଥାରେ ପଡିଥିବା ବେଳେ ପ୍ରକାଶ ଓ ଅନ୍ୟ ୩ ଜଣଙ୍କ ମୃତଦେହ ଛାତରେ ଝୁଲୁଥିଲା।

ଘଟଣାକୁ ଦେଖି ପୁଲିସ ଆଶ୍ଚର୍ଯ୍ୟ ଚକିତ ରହିଯାଇଥିଲା। ପୁଲିସ ସମସ୍ତ ମୃତଦେହ ଜବତ କରିବା ସହ ପଞ୍ଚନାମା ପାଇଁ ପଠାଇ ଦେଇଛି ଓ ତଦନ୍ତ ଆରମ୍ଭ କରିଛି। ୬ ଜଣଙ୍କ ମୃତ୍ୟୁକୁ ନେଇ ଉଦୟପୁର ଏଏସପି କୁନ୍ଦନ କନୱରିୟା କହିଛନ୍ତି କହି, ପ୍ରକାଶ ଗୁଜୁରାଟରେ କାମ କରନ୍ତି। ସେଠାରେ ବସରେ ଯାତ୍ରୀଙ୍କୁ ଖାଦ୍ୟ ବିକି ପରିବାର ପ୍ରତିପୋଷଣ କରିଥାନ୍ତି। ପ୍ରାରମ୍ଭିକ ତଦନ୍ତରୁ ସାମୂହିକ ଆତ୍ମହତ୍ୟା ପରି ଲାଗୁଛି। ପରିବାରର ଆର୍ଥିକ ଦୁରବସ୍ଥା ପାଇଁ ପ୍ରକାଶ ପ୍ରଥମେ ସ୍ତ୍ରୀ ଓ ପିଲାମାନଙ୍କୁ ମାରି ନିଜେ ଆତ୍ମହତ୍ୟା କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *