ପର୍ଯ୍ୟଟନ ବିକାଶକୁ ନେଇ ଉପ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଘାତିକ ବୟାନ । ପୂର୍ବ ବିଜେଡ଼ି ସରକାରରେ ବ୍ୟକ୍ତି କେନ୍ଦ୍ରିକ ଭାବେ ଖର୍ଚ୍ଚ ହେଉଥିଲା ପର୍ଯ୍ୟଟନ ଟଙ୍କା । ଜଣେ ବ୍ୟକ୍ତିର ପ୍ରଚାର ପ୍ରସାର ପାଇଁ ଟଙ୍କା ହେଉଥିଲା ଖର୍ଚ୍ଚ । ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ବଢାଇବା ପାଇଁ ପର୍ଯ୍ୟଟନର ସମସ୍ତ ପଇସା ବଣ୍ଟା ଯାଉଥିଲା । ସରକାର ନିର୍ଦ୍ଦିଷ୍ଟ ବ୍ୟକ୍ତିର ପ୍ରଚାର ପ୍ରସାର ହେବାର ନାହିଁ, କି କରିବୁ ନାହିଁ । ପୂର୍ବ ସରକାରରେ ଶାଗ ମାଛ ଦରରେ ପର୍ଯ୍ୟଟନର ବହୁ ପାନ୍ଥ ନିବାସ ଦଳୀୟ କର୍ମୀଙ୍କୁ ଦେଇ ଦେଇଛନ୍ତି । କାହାକୁ 40 ବର୍ଷ ତ କାହାକୁ 80 ବର୍ଷ ପାଇଁ ଦିଆଯାଇଛି । ଯାହାଦ୍ବାରା ଲିଗାଲ ଅସୁବିଧା ଉପୁଜିଛି ।, ଯେଉଁ ଜାଗା ଗୁଡ଼ିକୁ ପ୍ରାଇଭେଟ୍ ନିବେଶକ ମାନଙ୍କୁ ଦିଆଯିବ । ଓଡିଶା ନିବେଶକ ମାନଙ୍କୁ ଆଗ୍ରହ କରାଯାଉଛି । ପର୍ଯ୍ୟଟନ ପାଇଁ 8 ହଜାର 153 କୋଟି ଟଙ୍କା ନିବେଶ ପାଇଁ ଫାଇଲ କ୍ଲିୟରାନ୍ସ ସ୍ପିଡ଼ରେ ହେଉଛି । 3 ଜଣ ଅଧିକାରୀ ନିଯୁକ୍ତ ହୋଇଛନ୍ତି ସେମାନଙ୍କୁ ଜମି ଦେବା ପାଇଁ । ଆର୍ଥିକ ଅସୁବିଧା ଥିଲେ ଆର୍ଥିକ ସଂସ୍ଥା ସହ link କରାଯାଉଛି । ଓଡ଼ିଶାର ଯେଉଁ ଲୋକ ନିବେଶ ଚାହୁଁଛନ୍ତି, ସେମାନଙ୍କୁ କେମିତି ନିରାପଦ ସ୍ଥାନ ଦିଆଯିବ ସେଥିପ୍ରତି ବିଭାଗ ଗୁରୁତ୍ୱ ଦେଉଛି । ଭିତ୍ତିଭୂମି ବିକାଶ ପାଇଁ 300 କୋଟି ଦିଆଯାଇଛି । ଗତ ସରକାର ବହୁତ ଅର୍ଥ ବାଣ୍ଟିଥିଲେ । କିନ୍ତୁ ଅନେକ ଜାଗାରେ ଏବେ ବି କାମ ବାକି ଅଛି । ତେଣୁ ଅଧାରେ ରହିଥିବା ପ୍ରକଳ୍ପ ଗୁଡିକ ପାଇଁ ବାକି ଅର୍ଥ ବିଭାଗ ପକ୍ଷରୁ ଦିଆଯାଇଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now