ପାଓ୍ୱାର ସୋ ଥିଲା ପଲିଟିକାଲ ଷ୍ଟଣ୍ଟ୍? ସରଗରମ ହୋଇଗଲା କିନ୍ତୁ ରାଜନୀତି

Spread the love

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ବିରୋଧ ଭିତରେ ବି ବଡ଼ଦାଣ୍ଡରେ ପଦଯାତ୍ରା କରି ସମସ୍ତଙ୍କୁ ଅବାକ୍ କରିଦେଲେ ଅପରାଜିତା। ସରକାରଙ୍କ ସତମାର୍ଗରୁ ନେଇ ସାଂସଦଙ୍କ ଯାଏ, ସମସ୍ତଙ୍କ ଭୂମିକା ଉପରେ ବର୍ଷିଲେ। ପାଓ୍ୱାର ସୋ ନା ପଲିଟିକାଲ ଷ୍ଟଣ୍ଟ୍। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଥମି ନଥିଲା ବେଳେ ପ୍ରଶାସନର ବିରୋଧ ଭିତରେ ବି ବଡ଼ଦାଣ୍ଡରେ ଅପରାଜିତାଙ୍କ ପଦଯାତ୍ରା ଅନେକଙ୍କ ଦୃଷ୍ଟିକଟୁ ହୋଇଛି। ବିଶେଷ କରି ଶାସକ ଦଳ ତ ବିଲକୁଲ ହଜମ କରିବା ମୁଡ୍‌ରେ ନାହିଁ। ବିଜେପି କ୍ୟାମ୍ପର ଆଚରଣ ଓ ଉଚ୍ଚାରଣ ବି ବିଜେଡିକୁ ଏଭଳି ମଉକା ଦେବାକୁ ସୁବିଧା ସାଜିଛି। ସେଥିଲାଗି ତ ନିଜକୁ ବିଜ୍ଞାପିତ କରିବାରେ ବ୍ୟସ୍ତ ଅପରାଜିତାଙ୍କୁ ତାଙ୍କ ଦଳ ହିଁ ସମର୍ଥନ କରୁନି ବୋଲି ବିଜେଡି କହିଛି । ଗଜପତି ଓ ସେବାୟତ କହିବା ପରେ ବି ବେଆଇନ କାମ କହି ବୁଲୁଛନ୍ତି ଅପରାଜିତା। ଏଭଳି ସୋ-ବାଜିରୁ ରାଜନୀତିରେ ଅଧିକ ଦିନ ତିଷ୍ଠିବେନି ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ । ସେପଟେ କିନ୍ତୁ ପୁରୀ ବିଧାୟକ ଅପରାଜିତାଙ୍କ ସମର୍ଥନରେ ବାହାରିଛନ୍ତି। ଏଏସଆଇ ଉପରେ ଗର୍ଜିବା ସହ ଅପରାଜିତା କିଛି ଭିନ୍ନ କଥା କହୁନାହାନ୍ତି ବୋଲି କହିଛନ୍ତି ବିଧାୟକ ଜୟନ୍ତ। ସେପଟେ ମନ୍ଦିର ପ୍ରତି ବିପଦ ଅଛି ବୋଲି କିଏ କହୁଛି। ଆଗ ରାଜନୀତି ସରିଯାଉ। ପରେ ବିଧାନସଭା ଗୃହ କମିଟି ଅନୁଧ୍ୟାନ ଲାଗି ଯିବ ବୋଲି କହିଛନ୍ତି ବାଚସ୍ପତି। ଆଉ ବାଚସ୍ପତିଙ୍କ ଏଭଳି ଆଭିମୁଖ୍ୟ ଦେଖି ଅସନ୍ତୋଷ ଓଗାଳିଛନ୍ତି କମିଟି ସଭ୍ୟ ନରସିଂହ ମିଶ୍ର। ଆଉ ରାଜନୀତିର ଆଳ ନ ନେଇ ତୁରନ୍ତ ଶ୍ରୀକ୍ଷେତ୍ର ଯାଉ କମିଟି। ବାଚସ୍ପତି ନିଜ ଆସନର ମର୍ଯ୍ୟାଦା ରଖନ୍ତୁ। ଆବଶ୍ୟକ ପଡିଲେ କମିଟିରୁ ଇସ୍ତଫା ଦେଇଦେବେ ବୋଲି କହିଛନ୍ତି ନରସିଂହ। ସେପଟେ ବିଜୟ ମହାପାତ୍ରଙ୍କ କହିବା କଥା, ଅପରାଜିତାଙ୍କ ଗସ୍ତର ମୂଳ ଉଦେଶ୍ୟ ସାଧିତ ହେଲାଭଳି ଲାଗୁନି। ପ୍ରକଳ୍ପ ସ୍ଥଳକୁ ଯାଇ ଆଗ ଅନୁଧ୍ୟାନ କରିଥିଲେ ଭଲ ହୋଇଥାଆନ୍ତା ବୋଲି କହିଛନ୍ତି ବିଜୟ ।

ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ନାହିଁ ବୋଲି କୁହାଯାଉଥିଲା ବେଳେ ଏହାକୁ ନେଇ ବିବାଦ ଏବେ କାଠଗଡ଼ାରେ। ଏଭଳି ସ୍ଥଳେ ତୀବ୍ର ହେଉଥିବା ରାଜନୀତିକୁ ତାଳ ଦେଇ ଗୃହ କମିଟି କେବେ ଅନୁଧ୍ୟାନ ଲାଗି ଯିବ, ତାକୁ ନେଇ ପ୍ରଶ୍ନ ଉଠୁଛି।

Leave a Reply

Your email address will not be published. Required fields are marked *