ବିଜେଡିରୁ ରାଜୁ ଦାସ ବହିଷ୍କୃତ

Spread the love

ବିଜେଡିରୁ ବିଦା ହେଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ତାଙ୍କ ଦଳରୁ ବହିଷ୍କାର କରାଯାଇଛି। ଦଳ ବିରୋଧି କାର୍ଯ୍ୟ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ତେବେ ଧାମନଗର ଉପନିର୍ବାଚନରେ ଆଶାୟୀ ପ୍ରାର୍ଥୀ ଥିଲେ ରାଜେନ୍ଦ୍ର ଦାସ। ତାଙ୍କୁ ଦଳ ପକ୍ଷରୁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ସେ ସ୍ୱାଧିନ ପ୍ରାର୍ଥୀ ଭାବେ  ଧାମନଗର ଉପନିର୍ବାଚନରେ ଛିଡା ହୋଇଛନ୍ତି। ଯେଉଁଥିପାଇଁ ଦଳ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *