ଚଳଚଞ୍ଚଳ ଧାମନଗର

Spread the love

ଭଦ୍ରକ: ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆୟୋଜିତ ହୋଉଛି। ଧାମନଗର ନିର୍ବାଚନ ପାଇଁ ବିଜେଡିର ବିଶାଳ ପଦଯାତ୍ରା। ଧାମନଗର ନିର୍ବାଚନ ମଣ୍ଡଳୀ ଦୋବଲ ସ୍ଥିତ କାଳୀ ପଡିଆ ଠାରୁ ଏହି ବିଶାଳ ପଦଯାତ୍ରା ବାହାରି ଦୋବଲ ଜୋନର ବିଭିନ୍ନ ପଞ୍ଚାୟତକୁ ଯିବ। ଏହି ପଦଯାତ୍ରାରେ ବିଜେଡିର ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ରାଜ୍ୟ ସଭା ସାଂସଦ ମୁନା ଖାଁ ବହୁ ତୁଙ୍ଗ ନେତା ଓ କର୍ମୀମାନେ ସାମିଲ ହୋଇଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଗ୍ରାମଅଞ୍ଚଳର ଲୋକମାନଙ୍କୁ ସଚେତନତା କରିବା ସହ ସ୍ଵଛ ଓ ଆଦର୍ଶ ମୁଖମନ୍ତ୍ରୀଙ୍କ ବିଷୟରେ ଲୋକ ମାନଙ୍କୁ ଅବଗତ କରିଛନ୍ତି। ସେପଟେ ଆଗକୁ ଧାମନଗର ଉପ ନିର୍ବାଚନ ଥିବାରୁ ସମସ୍ତ ବିଜେଡି କର୍ମୀସଙ୍ଗଠିତ ହୋଇ କାମ କରିବାକୁ ଆହ୍ୱାନ ଦିଆଯାଇଛି।   

Leave a Reply

Your email address will not be published. Required fields are marked *