ବିଜୟ ପରେ ଅପେକ୍ଷା ଶପଥ ଗ୍ରହଣକୁ: ଏନଡିଏ ଓ ଇଣ୍ଡିଆ ମେଣ୍ଟର ବୈଠକ

Spread the love

() ୨୦୨୪ ଲୋକସଭା ନିର୍ବାଚନରେ ଫଳାପଳ ଆସି ସାରିଛି। ଏବେ ଅପେକ୍ଷା କିଏ କେତେବେଳେ ଶପଥ ଗ୍ରହଣ କରିବେ । ଏନେଇ ଆଜି  ଉଭୟ ଏନଡିଏ ଏବଂ ଇଣ୍ଡିଆ ମେଣ୍ଟର ବୈଠକ ହେବାକୁ ଯାଉଛି । ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ ମିଟିଂ କରିବାକୁ ଯାଉଛନ୍ତି । ସେପଟେ ଭାରତୀୟ ଜନତା ପାର୍ଟି (ଏନଡିଏ) ପକ୍ଷରୁ ଏକ ବୈଠକ ଡକାଯାଇଛି। ଦିଲ୍ଲୀରେ ଆଜି ଅପରାହ୍ନରେ ବସିବ ଏନଡିଏ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ଉପସ୍ଥିତ ରହିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଆନ୍ଧ୍ରପ୍ରଦେଶ ବିଜୟୀ ଦଳ ଟିଡିପି ଏବଂ ବିଜେପିର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଜେଡିୟୁ ଯୋଗଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *