ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ, ମାମଲାରେ ନୂଆ ଟ୍ୱିଷ୍ଟ

Spread the love

ମହିଳାଙ୍କୁ ଅସଦାଚରଣ ମାମଲାରେ ନୂଆ ଟ୍ୱିଷ୍ଟ । ଝରି ଗାଁ ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଭଳି ଅଭିଯୋଗ ହୋଇଥିବା ବେଳେ ଏବେ ଏହି ମାମଲାରେ ଯୋଡି ହୋଇଛନ୍ତି ବିଜେଡି ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । ବିଧାୟକ ଦେବୀ ରଞ୍ଜନ ମାମଲା ପ୍ରତ୍ୟାହାର କରିବା ପାଇଁ ସମ୍ପୃକ୍ତ ମହିଳାଙ୍କୁ ଚାପ ପକାଉଥିବା ଅଭିଯୋଗ ହୋଇଛି । ଆଉ ଏହାକୁ ନେଇ ଏବେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ଏପରି କି ବିଧାୟକ ଦେବୀ ରଞ୍ଜନ  ଧମକ ଚମକ ଦେଉଥିବା ସଙ୍ଗିନ ଅଭିଯୋଗ କରିଛନ୍ତି ଖୋଦ ପିଡିତା । ସେପଟେ ପିଡିତାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବାଙ୍କୀ ବିଧାୟକ । ଏହି ଘଟଣା ତଦନ୍ତ ହେବା ଦରକାର  ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ପୁର୍ବରୁ ତାଙ୍କୁ ବଦନାମ କରିବା ପାଇଁ ଏହା ଚକ୍ରାନ୍ତ ବୋଲି କହିଛନ୍ତି ଦେବୀ ରଞ୍ଜନ ତ୍ରିପାଠୀ

ସେପଟେ ଏହି ଘଟଣାକୁ ନେଇ ତେଜିଛି ରାଜନୀତି । ଝରିଗାଁ ବିଧାୟକ ପ୍ରକାଶ ମାଝିଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆସିବା ପରେ ବିଧାୟକଙ୍କ ଗିରଫଦାରି ସହ ଇସ୍ତଫା ଦାବି କରିଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ । ରାଜ୍ୟ ସରକାରଙ୍କ ଗୋଟି ପରେ ଗୋଟିଏ ନେତା ମନ୍ତ୍ରୀ ଓ ବିଧାୟକ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ରହିଥିବା ବେଳେ ଶାସକ ଦଳ ତଥା  ରାଜ୍ୟ ସରକାର ସେମାନଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରିଛନ୍ତି ବିରୋଧୀ । ସେପଟେ ଏହାର ଜବାବ ରଖିଛି ବିଜେଡି ।

ଝରିଗାଁ ବିଧାୟକ ପ୍ରକାଶ ମାଝିଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆସିବା ପରେ ଶାସକ ଦଳରୁ ଷଣ୍ଢୁଆଷି ଆକ୍ରମଣ କରିଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ । ଆଉ ବିଧାୟକଙ୍କୁ ସୁରକ୍ଷା ଦେବାକୁ ଆଗକୁ ଆସିଛି ଦଳ । ଯାହାକୁ ନେଇ ଏବେ ଶାସକ -ବିରୋଧୀ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଆଗକୁ ଏହି ମାମଲା କେଉଁ ମୋଡ ନେଉଛି ଏବେ ତାହରି ଉପରେ ନଜର ରହିବ ।

Leave a Reply

Your email address will not be published. Required fields are marked *