ଭୁବନେଶ୍ୱର – ସରକାରୀ ଅଧିକାରୀଙ୍କ ଗସ୍ତରେ ମନ୍ତ୍ରୀମାନେ ଛତା ଧରିବାର ଦେଖାଯାଉଛି । ଏହା ହେଉଛି ବିଜେଡି ସରକାରର ପରମ୍ପରା । ତେଣୁ ଅନ୍ୟକୁ କିଛି ଶିଖାଇବା ପୂର୍ବରୁ ବିଜେଡି ପ୍ରବକ୍ତା ମାନେ ନିଜେ ଶିଖିଲେ ଭଲ ହୁଅନ୍ତା ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ।
ସେ କହିଛନ୍ତି ଯେ ବିଜେଡ଼ି ପ୍ରବକ୍ତା ଯେଉଁ ବିଷୟକୁ ଉପସ୍ଥାପନା କରିଛନ୍ତି, ତାହା ହାସ୍ୟାସ୍ପଦ । ବିଜେପି ଐତିହ୍ୟ ଓ କୀର୍ତିରାଜିର ସଂରକ୍ଷଣ ପାଇଁ ସବୁବେଳେ ଲଢ଼େଇ କରି ଆସିଛି କିନ୍ତୁ ବିଜେଡି କେବଳ ରାଜନୀତି କରିବା ଛଡା ଆଉ କିଛି ଜାଣୁନାହିଁ । ବିଜେପିରେ କୌଣସି ପ୍ରତିଯୋଗିତା ନେତାମାନେ କରନ୍ତି ନାହିଁ ବରଂ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସର୍ବଦା ଚେଷ୍ଟା କରନ୍ତି । କପିଳେଶ୍ୱର ମନ୍ଦିର ସମ୍ପର୍କୀୟ ଏଏସଆଇ ଗେଜେଟ୍ ଏବଂ ଚିଠିକୁ ଠିକରେ ପଢିଥିଲେ ବିଜେଡ଼ି ପ୍ରବକ୍ତା ଏଭଳି ଅପରିପକ୍ୱତା ମାନସିକତାର ଉତର ଦେଇନଥାନ୍ତେ ।
କିଛି ନ କରି ସବୁବେଳେ ଶ୍ରେୟ ନେବାର ଦଳ ହେଉଛି ବିଜେଡ଼ି ଦଳ ଓ ବିଜେଡ଼ି ସରକାର । ପ୍ରଥମେ ଅକ୍ଟୋବର ୨୦୧୯ରେ ନିପନ ଷ୍ଟିଲ୍ ଓଡ଼ିଶାରେ ହେବା ନେଇ କୁହାଯାଇଥିବା ବେଳେ ୨୦୨୩ରେ ବିଜେଡ଼ି ସେହି କଥାକୁ ଉଠାଇ ବାହାବା ନେବା ପାଇଁ ଚେଷ୍ଟା କରିଥିଲା । ସେହିପରି ଡିସେମ୍ବର ୨୦୧୭ରେ ପାରଳା ମହାରାଜାଙ୍କ ବିୟୋଗ ହୋଇନଥିବା ସତ୍ୱେ ମୁଖ୍ୟମନ୍ତ୍ରୀ ଏକ ଶୋକବାର୍ତା ଦେଇଥିଲେ କି ନାହିଁ ? ଏହି ମନ୍ତବ୍ୟକୁ ନେଇ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ମୁଖ୍ୟମନ୍ତ୍ରୀ । ନିକଟରେ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ନେଇ ଭାରତ ସରକାର ଘୋଷଣା କରାଯିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେଡି ସରକାରରେ ଥିବା ମନ୍ତ୍ରୀ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ନେଇ କେନ୍ଦ୍ରକୁ ପତ୍ର ଲେଖିବା ହାସ୍ୟାସ୍ପଦ ନୁହେଁ କି ? ଏହା ଉପରେ ବିଜେଡି ପ୍ରବକ୍ତା ଉତ୍ତର ରଖିବେ କି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।…….
Naxatra News is now on Whatsapp
Join and get latest news update delivered to you via whatsapp
Join Now