ଦେଶରେ ଦିନକରେ ୧,୨୪୯ ନୂଆ କରୋନା ସଂକ୍ରମିତ ଚିହ୍ନଟ

Spread the love

ନୂଆଦିଲ୍ଲୀ: ଭାରତରେ ଗୋଟିଏ ଦିନରେ ୧,୨୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ଟିଭ ମାମଲା ୭,୯୨୭କୁ ବୃଦ୍ଧିପାଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ସେହିପରି ୨ଟି କରୋନା ଜନିତ ମୃତ୍ୟୁ ସହ ଏହି ସଂଖ୍ୟା ୫,୩୦,୮୧୮କୁ ଛୁଇଁଛି। ମୃତକଙ୍କ ମଧ୍ୟରେ ଜଣେ କର୍ଣ୍ଣାଟକର ଥିବା ବେଳେ ଜଣେ ଗୁଜରାଟର ଥିବା ସୂଚନା ଦିଆଯାଇଛି।

ବର୍ତ୍ତମାନ ଦେଶର ଦୈନିକ ସଂକ୍ରମଣ ୧.୧୯ ପ୍ରତିଶତ ରେକର୍ଡ କରାଯାଉଥିବା ବେଳେ ସାପ୍ତାହିକ ସଂକ୍ରମଣ ୧.୧୪ ପ୍ରତିଶତ ହୋଇଛି। ସେପଟେ ଦେଶର ମୋଟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୪,୪୭,୦୦,୬୬୭ ରେକର୍ଡ କରାଯାଇଛି।

ମୋଟ ସଂକ୍ରମଣର ୦.୦୨ ପ୍ରତିଶତ ଆକ୍ଟିଭ ମାମଲା ରହିଥିବା ବେଳେ ଦେଶର ରେକଭରୀ ରେଟ ୯୮.୭୯ ପ୍ରତିଶତ ରେକର୍ଡ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।  ସେହିପରି ଏପର୍ଯ୍ୟନ୍ତ ଦେଶରେ ୯୨.୦୭ କୋଟି କୋଭିଡ ଟେଷ୍ଟ  ହୋଇତିବା ବେଳେ ଗତ ୨୪ ଘଣ୍ଟାରେ ୧,୦୫,୩୧୬ ଟେଷ୍ଟ ହୋଇଛି।

ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି କି, ଦେଶରେ ୪,୪୧,୬୧,୯୨୨ ଜଣ ଏହି ମହାମାରୀରୁ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ୧.୧୯ ପ୍ରତିଶତ ରେକର୍ଡ ହୋଇଛି। ସେହିପରି ଦେଶରେ ୨୨୦.୬୫ କୋର୍ଟି ଲୋକ କୋଭିଡ ଟୀକା ନେଇଥିବା ମନ୍ତ୍ରଣାଳୟ ୱେସାଇଟରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *