ନୂଆଦିଲ୍ଲୀ : କଂଗ୍ରେସ, ତୃଣମୁଳ କଂଗ୍ରେସ (ଟିଏମସି) ଏବଂ ଆମ୍ ଆଦମୀ ପାର୍ଟି (ଏଏପି) ସମେତ ୧୯ ଟି ବିରୋଧୀ ଦଳ ମେ ୨୮ ରେ ହେବାକୁ ଥିବା ନୂତନ ସଂସଦ ଭବନର ଉଦ୍ଘାଟନୀ ସମାରୋହକୁ ବୟକଟ କରିବେ ବୋଲି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ନୂତନ ଭବନକୁ ଉଦଘାଟନ କରିବେ ।
ବୁଧବାର ବିରୋଧୀ ଦଳ ମିଳିତ ବିବୃତି ଜାରି କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୂତନ ସଂସଦ ଗୃହକୁ ସଂପୂର୍ଣ୍ଣ ଭାବେ “ବାଇପାସ୍” କରି ରାଷ୍ଟ୍ରପତି ମୁର୍ମୁ କେବଳ ଏକ ଅପମାନିତ ହୋଇନାହାଁନ୍ତି ବରଂ ଆମର ଗଣତନ୍ତ୍ର ଉପରେ ସିଧାସଳଖ ଆକ୍ରମଣକରାଯାଇଛି । ନୂତନ ସଂସଦ ଭବନର ଉଦଘାଟନ ପାଇଁ ଆମେ ଆମର ସାମୂହିକ ନିଷ୍ପତି ଘୋଷଣା କରିଛୁ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now