କଂଗ୍ରେସରେ ମିଶ୍ରଣ ପର୍ବ, ଯୋଗ ଦେଲେ ୨ ପୂର୍ବତନ ଆଇଏଏସ୍ ଓ ୨ ପୂର୍ବତନ ଓଏଏସ୍ ଅଫିସର

Spread the love

ଭୁବନେଶ୍ୱର : କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟର ୪ ଜଣ ବରିଷ୍ଠ ପୂର୍ବତନ ପ୍ରଶାସନିକ ଅଧିକାରୀ ଏମ୍‌.ଏସ୍‌.ଏମ୍‌.ଇ. ର ପୂର୍ବତନ ସଚୀବ ପଞ୍ଚାନନ ଦାସ, ଆଇ.ଏସ୍‌.ଏସ୍‌., ଷ୍ଟିଲ୍ ଓ ମାଇନ୍‌ସର ସ୍ୱତନ୍ତ୍ର ସଚୀବ, ବିଶ୍ୱନାଥ ଆଚାର୍ଯ୍ୟ, ଆଇ.ଏ.ଏସ୍‌., ରବୀନ୍ଦ୍ର ନାଥ ମିଶ୍ର, ଓ.ଏ.ଏସ୍‌., ଅବସରପ୍ରାପ୍ତ ବି.ଡ଼ି.ଏ. ସଚୀବ ଏବଂ ରାଜ୍ୟ ଘରୋଇ ବିଭାଗ (ପ୍ରୋଟକଲ) ସ୍ୱତନ୍ତ୍ର ସଚୀବ, ଅବସର ପ୍ରାପ୍ତ ଓ.ଏ.ଏସ୍‌., ଉଦ୍ଧବ କର କଂଗ୍ରେସରେ ଯୋଗ ଦେଇଛନ୍ତି । ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ କଂଗ୍ରେସ ପ୍ରଭାରୀ ଡଃ ଏ. ଚେଲ୍ଲା କୁମାର ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଉପରୋକ୍ତ ସମସ୍ତ ପଦାଧିକାରୀଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି କଂଗ୍ରେସ ଦଳରେ ଆନୁଷ୍ଠାନକ ଭାବେ ଗ୍ରହଣ କରିନେଇଥିଲେ । ଏହି ଅବସରରେ ପଟ୍ଟନାୟକ କହିଥିଲେ ଯେ, କଂଗ୍ରେସ ଦଳ ଏକ ପୁରାତନ ସର୍ବବୃହତ ରାଜନୈତିକ ଦଳ । କଂଗ୍ରେସ ସର୍ବଦା ସମାଜର ନିମ୍ନସ୍ତରରେ ଥିବା ଲୋକମାନଙ୍କ ପାଇଁ କାର୍ଯ୍ୟକରି ଆସୁଅଛି । ରାଜ୍ୟ ସରକାର ୨୩ ବର୍ଷ ଧରି ପ୍ରତିଶ୍ରୁତି ଦେଇ କେବଳ ଧୂଆଁବାଣ କରିଚାଲିଛନ୍ତି । ଏଭଳି କୁଶାସନ ବିରୁଦ୍ଧରେ ଆଗାମୀ ୨୦୨୪ ମସିହାରେ ସମସ୍ତେ ଆଗେଇ ଆସିବାକୁ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । କଂଗ୍ରେସ ପ୍ରଭାରୀ ଡଃ ଏ. ଚେଲ୍ଲା କୁମାର ସମସ୍ତଙ୍କୁ ସ୍ୱାଗତ କରି କହିଲେ ଯେ, ବିଜୁ ଜନତା ଦଳ ଅମଳରେ ପ୍ରଗତି ସ୍ଥାଣୁ ପାଲଟି ଯାଇଛି । ଏ ସରକାର ସମୟରେ ଚୋରୀ, ଡକାୟତି, ନାରୀ ନିର୍ଯ୍ୟାତନା, ସ୍ୱାସ୍ଥ୍ୟ, ଶିକ୍ଷା ଓ ଆଇନ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଆଗାମୀ ଦିନରେ ଆପଣମାନଙ୍କର ଯୋଗଦାନ ଦଳକୁ ଆହୁରି ସୁଦୃଢ଼ କରିବ ବୋଲି ସେ ମତବ୍ୟକ୍ତ କରିଥିଲେ ।

ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଥିଲେ ଯେ, ସମସ୍ତଙ୍କୁ ଦଳରେ କାମ କରିବାର ଅପୂର୍ବ ସୁଯୋଗ ରହିଛି । ପ୍ରଶାସନିକ ଅଧିକାରୀମାନେ ଲୋକମାନଙ୍କର ଅଭାବ ଓ ଅସୁବିଧାକୁ ଭଲଭାବେ ଜାଣନ୍ତି । ଏମାନଙ୍କ ପାଖରେ କାର୍ଯ୍ୟକରିବାର ବହୁ ଅଭିଜ୍ଞତା ଅଛି । ସେମାନେ ନିଜକୁ ସମର୍ପିତ ଭାବରେ କାର୍ଯ୍ୟ କରନ୍ତୁ ବୋଲି ଆହ୍ୱାନ କରିଥିଲେ । ପ୍ରଦେଶ କଂଗ୍ରେସ ମିଡ଼ିଆ ବିଭାଗର ଅଧ୍ୟକ୍ଷ ଗଣେଶ୍ୱର ବେହେରା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।

ନିଜର ପ୍ରତିକ୍ରିୟା ରଖି କଂଗ୍ରେସ ଦଳରେ ଯୋଗଦେଇଥିବା ଉପରୋକ୍ତ ୪ ପୂର୍ବତନ ପ୍ରଶାସନ ଅଧିକାରୀ କହିଥିଲେ ଯେ, ଆମ୍ଭେମାନେ ଜନସାଧାରଣଙ୍କର ନିଃଶ୍ୱାର୍ଥ ସେବା ଭାବନା ରଖି କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳରେ ଯୋଗ ଦେଇଛୁ । କଂଗ୍ରେସ ଏକମାତ୍ର ଦଳ ଯିଏ କି, ସୁ ଶାସନ ପ୍ରଦାନ କରି ଦେଶ ଓ ରାଜ୍ୟକୁ ଆଗକୁ ନେଇପାରିବ । ଆମେ  ଆଜି ଯେଉଁ ସ୍ତରରେ ପହଂଚି ପାରିଛୁ, ତା’ ପଛରେ କଂଗ୍ରେସ ସରକାରଙ୍କର ବଡ଼ ଅବଦାନ ରହିଛି । ରାଜ୍ୟରେ ଯଦି ସରକାରୀ ଶିକ୍ଷା ବ୍ୟବସ୍ଥା ନଥାନ୍ତା, ତାହାଲେ ଆମେ ଗାଁ ଗହଳିରେ ପାଠ ପଢ଼ି ଆଜି ଏଠି ପହଞ୍ଚି ପାରିନଥାନ୍ତୁ । ଆଜି ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ସବୁ କିଛି ଘରୋଇକରଣ ହୋଇଯାଇଛି । ପିଲାମାନଙ୍କୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କାର ଆବଶ୍ୟକତା ପଡ଼ୁଛି । ଉଚ୍ଚ ଶିକ୍ଷା କଥା କହିଲେ ନ ସରେ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରି ରାଜ୍ୟରେ କଂଗ୍ରେସକୁ ଫେରାଇ ଆଣିବା ପାଇଁ ଆମ୍ଭମାନଙ୍କୁ ଯେଉଁ ଦାୟିତ୍ୱ ଦିଆଯିବ ତାହାକୁ ଯଥାଶକ୍ତି ପାଳନ କରିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ସର୍ବଶ୍ରୀ ସନ୍ତୋଷ ସିଂ ସାଲୁଜା, ତାରା ପ୍ରସାଦ ବାହିନିପତି, ପୂର୍ବତନ ସାଂସଦ ସୁଶିଳା ତିରିଆ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ପ୍ରଭୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଭୂଜବଳ ମାଝି, ଡଃ ଲଲାଟେନ୍ଦୁ ମହାପାତ୍ର, ମାନସ ଚୌଧୂରୀ, ସୁଦର୍ଶନ ଦାସ, ତରୁଣ ମିଶ୍ର, ଅଶୋକ ଦାସ, ମନୋରଞ୍ଜନ ଦାସ, ରଜନୀ ମହାନ୍ତି, ପ୍ରକାଶ ମିଶ୍ର, ସୁବ୍ରତ ମହାପାତ୍ର, ମୋତିଲାଲ ଦାସ, ନରୋତମ ନାୟକ, ପ୍ରଦୀପ ମହାପାତ୍ର, ମିହିର ଆଚାର୍ଯ୍ୟ, ଜ୍ଞାନ ରଞ୍ଜନ ପଟ୍ଟନାୟକ, ଦୀପକ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ପ୍ରଭାତ ପ୍ରତାପ ବଳିଆର ସିଂ, ପ୍ରମୁଖ ଅଂଶ୍ର ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *