କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ହୋଇପାରେ ଦୁଇମୁଖି ଲଢେଇ

Spread the love

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସରେ ଦେଖାଦେଇଥିବା ଅସ୍ଥିରତା ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରୁ ଓହରି ଯାଇଛନ୍ତି। ସେପଟେ ସାଂସଦ ଶଶୀ ଥରୁର ଓ ମଲିକାର୍ଜ୍ଜୁନ ଖାଡଗେଙ୍କ ନାମାଙ୍କନ କାଏମ ରହିଥିବା ବେଳେ କେ ଏନ ତ୍ରିପାଠୀଙ୍କ ନାମାଙ୍କନ ରଦ୍ଦ ହୋଇଛି। ଅର୍ଥାତ୍ ବର୍ତ୍ତମାନ ମଲିକାର୍ଜ୍ଜୁନ ଓ ଶଶୀଙ୍କ ମଧ୍ୟରେ ହେବ ଦୁଇ ମୁଖି  ଲଢେଇ। ଏନେଇ ସୂଚନା ଦେଇଛନ୍ତି ଦଳର ନିର୍ବାଚନ ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ।

ମିସ୍ତ୍ରୀ କହିଛନ୍ତି କି, କଂଗ୍ରେସର ଦୁଇ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ତେବେ ଯଦି କେହି ଚାହିଁବେ ତେବେ ୮ ଅକ୍ଟୋବରକୁ ନିଜ ନାମ ଫେରାଇ ନେଇ ପାରିବେ। ଏହା ପୂର୍ବରୁ ଶନିବାର ଦିନ ଶଶୀ ଓ ମଲ୍ଲିକାର୍ଜ୍ଜୁନଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା  ହୋଇଛି। ଆଲୋଚନା ପରେ ଯଦି କେହି ନାମ ଫେରାଇ ନିଅନ୍ତି ଅନ୍ୟ ଜଣକ ଅପ୍ରତିଦ୍ବନ୍ଦ୍ବି ବିଜୟୀ ହେବେ। ଯଦି ସେପରି ନ ହୁଏ ତେବେ ନିର୍ବାଚନ ହେବ ବୋଲି ମିସ୍ତ୍ରୀ କହିଛନ୍ତି।

ସେପଟେ ନାମାଙ୍କରର ଶେଷ ତାରିଖ ଅର୍ଥାତ୍ ୩୦ ସେପ୍ଟେମ୍ବର ସୁଧା ମୋଟ ୨୦ଟି ଫର୍ମ ଜମା ହୋଇଥିଲା। କିନ୍ତୁ ସ୍କ୍ରୁଟିନ କମିଟର ଦସ୍ତଖତରେ ସମସ୍ୟା ଥିବାରୁ ୪ଟି ଫର୍ମ ଖାରଜ ହୋଇଯାଇଥିଲା। କେ ଏନ ତ୍ରିପାଠୀ ନିର୍ଦ୍ଧାରିତ ମାନଦଣ୍ଡ ରକ୍ଷା କରିପାରିନ ଥିବାରୁ ତାଙ୍କ ଫର୍ମ ଖାରଜ ହୋଇଯାଇଛି। ଏହି ପରି ୧୮ଟି ନାମାଙ୍କନ ଖାରଜ ହୋଇଛି। ଦିଗବିଜୟ ମଧ୍ୟ ଏହି ଦୌଡରୁ ହଟିଯାଇଛନ୍ତି। ଫଳରେ ଅଧ୍ୟକ୍ଷ ନିର୍ବାଚନ ପାଇଁ ଶଶୀ ଓ ମଲ୍ଲିକାର୍ଜୁନ ଯୋଗ୍ୟ ବିବେଚିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *