ପିଟି ଉଷାଙ୍କ ସମେତ ୪ ରାଜ୍ୟସଭାକୁ ମନୋନୀତି

Spread the love

ନୂଆଦିଲ୍ଲୀ: ରାଜ୍ୟ ସଭାକୁ ପିଟି ଉଷା, ଇଲେୟା ରାଜା, ବି ବିଜୟେନ୍ଦ୍ର ପ୍ରସାଦ ଗାରୁ, ବିରେନ୍ଦ୍ର ହେଗଡେ ମନୋନୀତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଏନେଇ ସୂଚନା ଦେଇଛନ୍ତି। ମୋଦି ତାଙ୍କ ଟ୍ବିଟରେ ପିଟି ଉଷାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦି ଉଲ୍ଲେଖ କରିଛନ୍ତି, ପିଟି ଉଷା ଖେଳରେ ଉପଲବ୍ଧି ହାସଲ ପୂର୍ବକ ପରିଚୟ ହାସଲ କରିଥିବା ବେଳେ କିନ୍ତୁ ନବାଗତଙ୍କୁ ମାର୍ଗଦର୍ଶନ କରିବାରେ ତାଙ୍କ କାର୍ଯ୍ୟ ଅତ୍ୟନ୍ତ ଉତ୍କର୍ଷ ରହିଛି। ତାଙ୍କୁ ରାଜ୍ୟସଭାକୁ ମନୋନୀତି କରାଯାଇଥିବାରୁ ଅନେକ ଶୁଭେଚ୍ଛା। ସେହି ପରି ମୋଦି ସମସ୍ତ ମନୋନୀତି ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି ପ୍ରତ୍ୟେକଙ୍କ ପାଇ ଭିନ୍ନ ଭିନ୍ନ ଟ୍ବିଟ କରିବା ସହ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ପାରଦର୍ଶିତା ଉଲ୍ଲେଖ କରିଛନ୍ତି। ଗାରୁଙ୍କ ରଚନାତ୍ମକ କାର୍ଯ୍ୟ, ହେଗଡେଙ୍କ ଦ୍ବାରା ସାମୂହିକ  କାର୍ଯ୍ୟ ଓ ସଂଗୀତ କ୍ଷେତ୍ରରେ ରାଜାଙ୍କ ଉତ୍କର୍ଷତା ଉଲ୍ଲେଖ ପୂର୍ବକ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଜୁନ ୧୦ ତାରିଖରେ ୪ ରାଜ୍ୟର ୧୬ ରାଜ୍ୟସଭା ସିଟରେ ନିର୍ବାଚନ ହେବାକୁ ଯାଉଛି।

Leave a Reply

Your email address will not be published. Required fields are marked *