କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନର ନିରପେକ୍ଷତା ଉପରେ ପ୍ରଶ୍ନ କଲେ ୫ ସାଂସଦ

Spread the love

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟାର ନିରପେକ୍ଷତା ଓ ପାରଦର୍ଶିତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଦଳର ବରିଷ୍ଠ ନେତାମାନେ। ସେମାନେ ପାର୍ଟିର କେନ୍ଦ୍ରୀୟ  ନିର୍ବାଚନ କର୍ତ୍ତୃପକ୍ଷ ବା ସିଆଇଏର ପ୍ରମୁଖ ମଧୁସୂଦନ ମିସ୍ତ୍ରୀଙ୍କୁ ଆଗ୍ରହ କରିଛନ୍ତି କି, ପ୍ରଦେଶ କଂଗ୍ରେସ କମିଟି ବା ପିସିସିର ନିର୍ବାଚକ ମଣ୍ଡଳୀର ସୂଚୀ ମତଦାତା ଓ ସମ୍ଭାବିତ ପ୍ରାର୍ଥୀମାନଙ୍କୁ ପ୍ରଦାନ କରାଯାଉ।

ପାର୍ଟି ସାଂସଦ ଶଶି ଥରୁର, ମନୀଷ ତିବାରୀ, କାର୍ତ୍ତି ଚିଦାମ୍ବରମ, ପ୍ରଦ୍ୟୁତ ବାରଦୋଲୋଇ ଓ ଅବ୍ଦୁଲ ଖାଲିକ ପତ୍ର ଲେଖି ମିସ୍ତ୍ରୀଙ୍କୁ ଏହି ଆଗ୍ରହ କରିଛନ୍ତି। ଏହି ପତ୍ର କଂଗ୍ରେସର ଭାରତ ଯୋଡୋ ଯାତ୍ରାର ଏକ ଦିନ ପୂର୍ବରୁ ୬ ସେପ୍ଟେମ୍ବରକୁ ଲେଖାଯାଇଥିଲା। ପୂର୍ବରୁ ଏହି ସୂଚୀ ସାର୍ବଜନୀନ କରିବାକୁ ଏହି ସାଂସଦମାନେ ମତ ଦେଇଥିଲେ, କିନ୍ତୁ ମିସ୍ତ୍ରୀ ସଫା ସଫା ମନା କରିଦେଇଥିଲେ।

ଏବେ ଏହି ସାଂସଦମାନେ ନିଜ ପତ୍ରରେ କହିଛନ୍ତି କି, ସେମାନଙ୍କ କହିବାର ଅର୍ଥ ନ ଥିଲା କି,  ପାର୍ଟିର କୌଣସି ଅନ୍ତରିଣ ଦସ୍ତାବିଜକୁ ଏମିତି ଜାରି କରାଯାଉ, ଯେମିତି ଏହାର ଦୁରୁପଯୋଗ ହୋଇପାରିବ।  ସେ ପତ୍ରରେ ଆହୁରି ଉଲ୍ଲେଖ କରିଛନ୍ତି କି, ଆମର ରାୟ କି, ଆମର ମତ ହେଉଛି, ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ପ୍ରଦେଶ କଂଗ୍ରେସ କମିଟିକୁ ନିର୍ବାଚକ ମଣ୍ଡଳର ସୂଚୀ ମତଦାନରେ ଭାଗ ନେବାକୁ ଥିବା ମତଦାତା ଓ ସମ୍ଭାବିତ ପ୍ରାର୍ଥୀଙ୍କୁ ପ୍ରଦାନ କରାଯାଉ।

ଗତ ଅଗଷ୍ଟ  ୨୮ ତାରିଖରେ କଂଗ୍ରେସ ବରିଷ୍ଠ ନେତା ଆନନ୍ଦ ଶର୍ମା କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ପାର୍ଟି ଅଧ୍ୟକ୍ଷ ନିର୍ବାଚନ ପାଇଁ ନିର୍ବାଚନ ସୂଚୀ ପ୍ରସ୍ତୁତ କରାଯିବାର ପ୍ରକ୍ରିୟା ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ପରେ ଦଳ ପକ୍ଷରୁ କୁହାଯାଇଥିଲା କି ଏହି ବୈଠକରେ କୌଣସି ନେତା ଏହା ଉପରେ କୌଣସି ପ୍ରଶ୍ନ ଉଠାଇ ନ ଥିଲେ। ନିର୍ବାଚକ ମଣ୍ଡଳର ସୂଚି ସାର୍ବଜନୀନ  କରାଯିବା ଦାବିକୁ ଖାରଜ କରି ମିସ୍ତ୍ରୀ କହିଥିଲେ କି, ପାର୍ଟି ଅଧ୍ୟକ୍ଷ ପଦର ନିର୍ବାଚନ ସହ ଜଡିତ ପ୍ରକ୍ରିୟା ନିରପେକ୍ଷ, ପାରଦର୍ଶୀ ଓ କଂଗ୍ରେସ ସମ୍ବିଧାନ ମୁତାବକ ତଥା ନିର୍ବାଚନ ମଣ୍ଡଳର ସୂଚୀକୁ ସାର୍ବଜନୀନ କରାଯାଇ ପାରିବ ନାହିଁ।

Leave a Reply

Your email address will not be published. Required fields are marked *