ଆପର ମୋଦି ହଟାଅ, ଦେଶ ବଞ୍ଚାଅ ଅଭିଯାନ ଆରମ୍ଭ

Spread the love

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଗୁଲ ଫୁଙ୍କିବା ସହ ଆମ ଆଦମୀ ପାର୍ଟି ଗୁରୁବାର ମୋଦି ହଟାଅ, ଦେଶ ବଞ୍ଜାଅ ଅଭିଯାନର ଶୁଭାରମ୍ଭ କରିଛି। ଆପ ସାଂସଦ ସଞ୍ଜୟ ସିଂହ ଏହି ଅବସରରେ କହିଛନ୍ତି କି, ଯେବେଠାରୁ ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ହୋଇଛନ୍ତି, ସ୍କୁଲଗୁଡିକ ସଜଡା ଯାଇଛି, ପୂର୍ବରୁ ସ୍କୁଲରେ ବୁଢିଆଣୀ ଜାଲି ଥିଲା। ମନୀଷ ସିସୋଦିଆ ସ୍କୁଲକୁ ଠିକ କଲେ। ସ୍କୁଲରେ ସ୍ବିମିଂ ପୁଲ କଲେ। ସେଥିପାଇଁ ତାଙ୍କୁ ଜେଲକୁ ପଠାଇ ଦିଆଗଲା। ଆମର ଦ୍ବିତୀୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ, ସ୍ବାସ୍ଥ୍ୟ ସେବାକୁ ଠିକ କରିବାରୁ ତାଙ୍କୁ ଜେଲ ପଠାଇ ଦିଆଗଲା।

ସିଂହ ଆହୁରି କହିଛନ୍ତି କି, ଆମର ୪୨ ବିଧାୟକଙ୍କ ଉପରେ ମିଛ ମକଦମା କରାଯାଇଛି। ପୁଲିସ ସୋମନାଥ ଭାରତୀଙ୍କ କୁକୁରକୁ ଧରି ନେଇଯାଇଛି। ଆପ ପ୍ରତି ଏତେ ଘୃଣା? ଯେତେ ଘୃଣା କର ଦିଲ୍ଲୀ ପରେ ପଞ୍ଜାବରେ ସରକାର ଗଢିଲୁ। ପଞ୍ଜାବରେ ୯୦ ପ୍ରତିଶତ ଲୋକଙ୍କ ବିଜୁଳି ଶୂନ ଆସିଲା। ମହଲ୍ଲା କ୍ଲିନିକର କାମ ଆଗକୁ ବଢିଚାଲିଛି।

ସଞ୍ଜୟ ଆଗକୁ କହିଛନ୍ତି କି, ଆପ ସରକାର ଜନତାଙ୍କ ପାଇଁ କାମ କରୁଛି। ସେ କହିଛନ୍ତି ମୋଦି ହଟାଅ, ଦେଶ ବଞ୍ଚାଅ। ଯିଏ ଡରୁଛି ସେ ଏହି ନାରା ନ ଦିଅନ୍ତୁ। ମୋଦି ଜୀ ଆମ ସମସ୍ତଙ୍କ ନାମରେ ମାମଲା ଦାୟର କରନ୍ତୁ। ଏହା ଉପରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି କି, ୩୦ ତାରିଖରେ ସାରା ଦେଶରେ ମୋଦି ହଟାଅ, ଦେଶ ବଞ୍ଚାୟ ର ପୋଷ୍ଟର ଲଗାଯିବ। ଦେଖିବା କେତେ ଏଫଆଇଆର ହେଉଛି?

ଗୋପାଳ ରାୟ ଆହୁରି କହିଛନ୍ତି, ଆଜି ସାରା ଦେଶ ସହିଦ ଭଗତସିଂହ, ରାଜଗୁରୁକୁ ମନେ ପକାଉଛି। ଦେଶ ସ୍ବାଧୀନତାର ସଂଗ୍ରାମରେ ସହିଦମାନେ ନିଜ ଜୀବନକୁ ବଳିଦେଇଥିଲେ। ସେମାନଙ୍କ ସ୍ବପ୍ନ ଥିଲା କି, ଦେଶର ଯୁବବର୍ଗଙ୍କୁ ରୋଜଗାର ମିଳୁ। ଚାଷୀର ଚାଷର ପ୍ରକୃତ ଦାମ ମିଳୁ। ଆଜି ଦେଶର ଯୁବବର୍ଗ ବେରୋଜଗାର। ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କହିଛନ୍ତି, ଆମକୁ ସ୍କୁଲ, ହସ୍ପିଟାଲ ଗଢିବା ଆସେ। ଆମେ ଘୃଣାର ଭାଷା କହୁନାହୁଁ। ସେ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ଫାଇଲଗୁଡିକୁ ପଢି ସାଇନ କରନ୍ତୁ। ଆମ କେଜରିୱାଲ ତ ଆଇଆରଏସ। ପିଏମ ସବୁଆଡେ ନିଜ ଫଟୋ ଦେଖିବାକୁ ଚାହୁଁଚନ୍ତି, ଏହା ଏକ ମାନସିକ ବିକୃତି।

Leave a Reply

Your email address will not be published. Required fields are marked *