ସଂସଦରେ ଆଦାନୀ ଝଡ଼

Spread the love

() ଆରମ୍ଭରୁ ଅଚଳାବସ୍ଥା। ସଂସଦରେ ଆଦାନୀ ଝଡ଼ ଲାଗି ଅପରାହ୍ନ ସୁଦ୍ଧା ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇପାରିନଥିଲା। ହିଣ୍ଡେନବର୍ଗ ରିପୋର୍ଟ ଆଧାରରେ ଆଦାନୀ ସାମ୍ରାଜ୍ୟ ଦୋହଲିବା ପରେ ନିବେଶକଙ୍କ ସ୍ୱାର୍ଥ ପରିପ୍ରେକ୍ଷୀରେ ବିରୋଧୀ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି। ଆଦାନୀ ଗ୍ରୁପ ବିରୁଦ୍ଧରେ ଷ୍ଟକସ ହେରଫେର ଓ ଆକାଉଣ୍ଟରେ ଅନିୟମିତତା ଅଭିଯୋଗର ତଦନ୍ତ ଲାଗି ଅଡି ବସିଥିଲେ ବିରୋଧୀ। ଯୁଗ୍ମ ସଂସଦୀୟ କମିଟି ହେଉ ନଚେତ୍ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ତଦାରଖରେ ଏକ ଟିମ୍ ଏହାର ତଦନ୍ତ କରୁ। ସେପଟେ ଶାସକ ଦଳ କହିଛି, ଗୃହକୁ ଅଚଳ କରାଇଦେବାର ଏହା ମାନସିକତା।

ସଂସଦରେ ଆଦାନୀ ଝଡ଼। ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ। ଗୃହର ସମସ୍ତ କାର୍ଯ୍ୟ ବାତିଲ କରି ଆଗ ଆଦାନୀ ଗ୍ରୁପ ବିରୁଦ୍ଧରେ ଉଠିଥିବା ଆରୋପର ତଦନ୍ତ ହେଉ ବୋଲି ଦାବି କରିଥିଲେ ବିରୋଧୀ। ଆଲୋଚନା ହେଉ। ତଦନ୍ତ ହେଉ। ଆଦାନୀ ଗ୍ରୁପ ବିରୁଦ୍ଧରେ ଷ୍ଟକ ହେରଫେର ଓ ଆକାଉଣ୍ଟରେ ବ୍ୟାପକ ଅନିୟମିତତା ନେଇ ହିଣ୍ଡେନବର୍ଗ ରିସର୍ଚ୍ଚ ବାହାର କରିଥିବା ରିପୋର୍ଟରେ ସତ କଅଣ ପଦାକୁ ଆସୁ। ଆଦାନୀରେ ଏଲଆଇସି, ପବ୍ଲିକ ସେକ୍ଟର ବ୍ୟାଙ୍କ ସମେତ ଆର୍ଥିକ ସଂସ୍ଥାଗୁଡ଼ିକ କରିଥିବା ନିବେଶର ସ୍ଥିତି କେମିତି ଅଛି। ଗରିବ ଲୋକଙ୍କ ପଇସା ଏ ସବୁ ସଂସ୍ଥାରେ ଲାଗିଛି। ନିର୍ଦ୍ଦିଷ୍ଟ କମ୍ପାନୀକୁ ଗରିବଙ୍କ ପଇସା ଟେକିଦିଆଯାଇଛି। ଆଦାନୀ ଗ୍ରୁପ ବିରୁଦ୍ଧରେ ତଦନ୍ତ ଲାଗି ଯୁଗ୍ମ ସଂସଦୀୟ କମିଟି ଗଠନ କରନ୍ତୁ ସରକାର। ନଚେତ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ତଦାରଖରେ ଏକ ଟିମ୍ ଏହାର ଛାନଭିନ୍ କରୁ। କାହିଁକି ପ୍ରଧାନମନ୍ତ୍ରୀ ନୀରବ।

ସେପଟେ ଡେକୋରୋମ ରଖିବା ସହ ଗୃହକୁ ଚାଲିବାକୁ ଦିଆଯାଉ ବୋଲି ଯେତେ ପ୍ରକାରେ ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷ ବୁଝାଇଥିଲେ ବି ଶୁଣିନଥିଲେ ବିରୋଧୀ ଦଳ। ତେବେ ନୋଟିସ୍ ଉଚିତ ଫୋରମରେ ଆସିନଥିବାରୁ ଏହାକୁ ଅଗ୍ରାହ୍ୟ କରିଦେବାରୁ ବିରୋଧୀ ହଙ୍ଗାମା ଜାରି ରଖିଥିଲେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଓ ଆଲୋଚନା ହେବାକୁ ଦିଅ ବୋଲି ଅପିଲ୍ କରିଥିଲେ ସୁଦ୍ଧା କର୍ଣ୍ଣପାତ କରିନଥିଲେ ବିରୋଧୀ। ହଟ୍ଟଗୋଳ ଜାରି ରହିବାରୁ ବାଧ୍ୟ ହୋଇ ଉଭୟ ଗୃହକୁ ଅପରାହ୍ନ ୨ଟା ଯାଏ ମୁଲତବୀ କରାଯାଇଥିଲା।

ଆଦାନୀ ଗ୍ରୁପରେ ଫସିଥିବା ନିବେଶକଙ୍କ ଟଙ୍କା ସୁରକ୍ଷିତ ଅଛି କି ନା। ଗ୍ରୁପ ବିରୁଦ୍ଧରେ ଆସିଥିବା ହେରଫେର ତଦନ୍ତ କରିବାକୁ କାହିଁକି ସରକାର ପଛଘୁଞ୍ଚାର କାଉଣ୍ଟର କରିଛି ଶାସକ ଦଳ। ଗଠନମୂଳକ ପ୍ରସ୍ତାବ ଉପରେ ଆଲୋଚନା ଲାଗି ସରକାର କେବେ ପଛେଇନାହାନ୍ତି। ଯେ କୌଣସି ପ୍ରସଙ୍ଗ ଉପରେ ସରକାର ଆଲୋଚନାକୁ ପ୍ରସ୍ତୁତ। କିନ୍ତୁ ଗୃହକୁ ସୁରୁଖୁରୁରେ ପରିଚାଳନା କରିବାକୁ ସହଯୋଗ କରୁନାହାନ୍ତି ବିରୋଧୀ।

ହିଣ୍ଡେନବର୍ଗ ରିପୋର୍ଟରେ ଆଦାନୀ ସାମ୍ରାଜ୍ୟ ଦୋହଲିଯାଇଛି। ଆଉ ଆଦାନୀ ଗ୍ରୁପରେ ନିବେଶ କରିଥିବା ଗରିବଙ୍କ ଅର୍ଥ ସୁରକ୍ଷିତ ଅଛି କି ନାହିଁ, ତାହାର ସ୍ପଷ୍ଟତା ଲୋଡ଼ି ବିରୋଧୀ ସଂସଦରେ ହଙ୍ଗାମା କରିଛନ୍ତି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *