ପୁଣି ରାଷ୍ଟ୍ରପତିଙ୍କ ଉପରେ କଂଗ୍ରେସର ବିବାଦୀୟ ବୟାନ

Spread the love

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଂଗ୍ରେସର ଅପମାନଜନକ ଟିପ୍ପଣୀରେ ଲାଗୁନି ବ୍ରେକ। ଅଧୀର ରଞ୍ଜନ ଚୌଧୁରୀଙ୍କ ପରେ କଂଗ୍ରେସ ନେତା ଉଦିତ ରାଜଙ୍କ ଟିପ୍ପଣୀ ପରେ ଉଠିଛି ବିବାଦ। ଏହାକୁ ନେଇ ଆକ୍ରାମକ ହୋଇଛି ବିଜେପି। ବିଜେପି ନେତା ସମ୍ବିତ ପାତ୍ରା କହିଛନ୍ତି, ଉଦିତ ରାଜ ଯେଉଁଭଳି ଶବ୍ଦର ପ୍ରୟୋଗ କରିଛନ୍ତି ତାହା ଚିନ୍ତାଜନକ। ସେପଟେ ଏହି ଘଟଣାକୁ ନେଇ ଜାତୀୟ ମହିଳା ଆୟୋଗ ଉଦିତ ରାଜଙ୍କୁ ନୋଟିସ କରି କ୍ଷମପ୍ରାର୍ଥନା କରିବାକୁ କହିଛି।

ଉଦିତ ରାଜ ଏକ ଟ୍ବିଟ କରି ଉଲ୍ଲେଖ କରିଥିଲେ କି, ରାଷ୍ଟ୍ରପତି କହୁଛନ୍ତି କି, ୭୦ ପ୍ରତିଶତ ଲୋକ ଗୁଜୁରାଟର ଲୁଣ ଖାଆନ୍ତି। ନିଜେ ଲୁଣ ଖାଇ ଜୀବନ ଜୀଇଁଲେ ଜଣାପଡିବ। ଏହି ଟ୍ବିଟରେ ଉଦିତ ରାଜ ଏକ ଆପତ୍ତିଜନକ ଶବ୍ଦର ବ୍ୟବହାର କରିଥିଲେ କି, ଏମିତି ରାଷ୍ଟ୍ରପତି କୌଣସି ଦେଶକୁ ନ ମିଳୁ।

ଏଥିସହ ସେ ଟ୍ବିଟ କରି ତାଙ୍କ ମତ ସମ୍ପୂର୍ଣ୍ଣ ନିଜସ୍ବ, ଏହା କଂଗ୍ରେସର ନୁହେଁ। ମୁର୍ମୁ ଜୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଗଲା, ସେ ଆଦିବାସୀ ନାମରେ ଭୋଟ ମାଗିଥିଲେ। ରାଷ୍ଟ୍ରପତି ହେବା ପରେ କଣ ସେ ଆଦିବାସୀ ରହିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଦେଶର ରାଷ୍ଟ୍ରପତି ତ ଆଦିବାସୀଙ୍କ ପ୍ରତିନିଧି ମଧ୍ୟ। ମତେ କାନ୍ଦ ଲାଗୁଛି କି, ଯେତେବେଳେ ଏସସି/ଏସଟି ନାମରେ ପଦକୁ ଯିବା ପରେ ଚୁପ ହୋଇ ଯାଆନ୍ତି।

ଉଦିତଙ୍କ ଏପରି ଆକ୍ଷେପ ଉପରେ ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷା ରେଖା ଶର୍ମା ଟ୍ବିଟ କରି ଦେଶର ସର୍ବୋଚ୍ଚ ଶକ୍ତି ଓ ନିଜ କଠୋର ପରିଶ୍ରମରେ ଏହି ଶୀଖରରେ ପହଞ୍ଚିଥିବା ମହିଳାଙ୍କ ବିରୋଧରେ ଏପରି ଆପତ୍ତିଜନକ ବୟାନ ଅଟେ। ଏଥିପାଇଁ ସେ କ୍ଷମା ପ୍ରାର୍ଥନା କରନ୍ତୁ। ଏନେଇ ତାଙ୍କୁ ନୋଟିସ କରାଯାଇଛି ବୋଲି ରେଖା ଶର୍ମା କହିଛନ୍ତି।

ଅନ୍ୟପଟେ ବିଜେପି ମୁଖ୍ୟପାତ୍ର ସମ୍ବିତ ପାତ୍ରା ପାଲଟା ବୟାନରେ କହିଛନ୍ତି କି, କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଙ୍କ ପ୍ରତି ଏପରି ଶବ୍ଦର ବ୍ୟବହାର ଚିନ୍ତାଜନକ। ତେବେ ଏହା ପ୍ରଥମ ନୁହେଁ କି, କଂଗ୍ରେସର ଜଣେ ନେତା ଏପରି ବୟାନ ଦେଇଛନ୍ତି, ଏହା ପୂର୍ବରୁ ଅଧିର ରଞ୍ଜନ ଚୌଧୁରୀ ମଧ୍ୟ ବୟାନ ଦେଇଥିଲେ ଓ ଆମେ ତାହା ଶୁଣିଛୁ।

ଏହା ଉପରେ ବିଜେପି ପ୍ରବକ୍ତା ଶହଜାଦ ପୁନାୱାଲା ଉଦିତଙ୍କ ଏହି ଟ୍ବିଟକୁ ବ୍ୟକ୍ତିଗତ ଭାବେ ସ୍ବିକାର କରି ନାହାନ୍ତି। ଏହା ଉପରେ କଂଗ୍ରେସ ଉଦିତଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *