ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲଭାଙ୍କ ଆଲୋଚନା

Spread the love

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପାଇଁ ୟୁପିଏ ପ୍ରାର୍ଥୀ କରିଥିବା ମାର୍ଗାରେଟ ଆଲଭା ତାଙ୍କ ବିଜୟକୁ ନେଇ ରହିଛନ୍ତି ଆଶାବାଦୀ। ସେ ନିଜ ସପକ୍ଷରେ ଭୋଟ ସଂଗ୍ରହ କରିବାକୁ ବର୍ତ୍ତମାନ ବିଭିନ୍ନ ରାଜ୍ୟ ଗସ୍ତ କରିବା ସହ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରୁଛନ୍ତି। ଏହାକୁ ନେଇ ଆଜି ସେ କହିଛନ୍ତି କି, କେହି ନିଜର ସମର୍ଥନ ଦିଅନ୍ତୁ ବା ନାହିଁ, ମୁଁ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସମର୍ଥନ ମାଗିଛି। ଆସାମ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଯୋଗୀ ଆଦିତ୍ୟ ସମସ୍ତେ ମୋର ବନ୍ଧୁ।ମୁଁ ରାଜ୍ୟର କାର୍ଯ୍ୟକାରିତାରେ ବ୍ୟାପକ ପରିବର୍ତ୍ତନ ଆଣିପାରିବ ବୋଲି ରବିବାର ୟୁପିଏ ପ୍ରାର୍ଥୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *