ନେଲୋର ଦଳାଚକଟା ଘଟଣା: ରାଜ୍ୟପାଳଙ୍କ ଶୋକ

Spread the love

ବିଜେୱାଡା: ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ନେଲୋର ଜିଲ୍ଲା କୁନ୍ଦୁକୁରରେ ସାର୍ବଜନୀନ ସଭାରେ ହୋଇଥିବା ଦଳା ଚକଟାରେ ମୃତ୍ୟୁବରଣ କରିବା ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିବା ସହ ସମବେଦନ ଜଣାଇଛନ୍ତି। ଏହି ଦଳା ଚକଟାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ବୁଧବାର ରାତିରେ ଏହି ଦୁର୍ଘଟଣା ଘଟିଥିଲା।

ଏହି ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ସମସ୍ତ ଉତ୍ତମ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ ହରିଚନ୍ଦନ ନିର୍ଦ୍ଦେଶ ଦେବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଛନ୍ତି। ଦଳଚକଟାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ରହିଛନ୍ତି।

ବୁଧବାର ପୂର୍ବାହ୍ନରେ ତେଲୁଗୁ ଦେଶମ ପାର୍ଟି କର୍ମକର୍ତ୍ତାଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହେବାରୁ ଘଟଣାସ୍ଥଳରେ ୭ ଜଣ କର୍ମକର୍ତ୍ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଧସ୍ତାଧସ୍ତି ନେଲୋରଠାରେ ଦଳର ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ଦ୍ବାରା ହେଉଥିବା ଏକ ସର୍ବସାଧାରଣ ସଭା କାଳରେ ହୋଇଥିଲା ବୋଲି ନେଲୋର ପୁଲିସ ସୂଚନା ଦେଇଛି। ଆହତମାନଙ୍କୁ ନିକଟବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ପରେ ନାଇଡୁ ମୃତକଙ୍କ ପରିବାର ପିଛା ୧୦ ଲକ୍ଷ ଟଙ୍କା ଲେଖା ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ମୃତକଙ୍କ ପିଲାମାନଙ୍କୁ ମାଗଣାରେ ଏନଟିଆର ଟ୍ରଷ୍ଟ ଏଜୁକେଶନାଲ ଇନଷ୍ଟିଚ୍ୟୁସନରେ ପଢାଯିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *