ଜଶବନ୍ତଙ୍କୁ ଆପର ସମର୍ଥନ

Spread the love

ନୂଆଦିଲ୍ଲୀ: ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଜଶବନ୍ତ ସିହ୍ନାଙ୍କୁ ସମର୍ଥନ ଦେବାକୁ ଶନିବାର ଦିନ ଆପ ପକ୍ଷରୁ ଘୋଷଣା କରାଯାଇଛି। ଆପ ସାଂସଦ ସଞ୍ଜୟ ସିଂହ ଏସମ୍ପର୍କରେ ସୂଚନା ଦେବାକୁ ଯାଇ କହିଛନ୍ତି କି, ଆପ ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିବ। ଆମେ ଦ୍ରୌପଦୀ ମୁର୍ମୁଙ୍କୁ ସମ୍ମାନ ଦେଉ କିନ୍ତୁ ଭୋଟ ଜଶୱନ୍ତ ସିହ୍ନାଙ୍କୁ ଦେବୁ।

ଆପର ନିଷ୍ପତ୍ତି ଦଳର ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ବୈଠକ ପରେ ନିଆଯାଇଛି। ଦଳର ୧୧ ବରିଷ୍ଠ ନିଷ୍ପତ୍ତି ଗ୍ରହଣକାରୀ ସଦସ୍ୟଙ୍କ ସହ ବୈଠକ ପରେ ଶନିବାର ଏହି ନିଷ୍ପତ୍ତି ନିଆଯାଇଛି।  ବୈଠକରେ କେଜରିୱାଲ, ମନିସ ସିସୋଦିଆ, ସଞ୍ଜୟ ସିଂହ, ଗୋପାଲ ରାଏ, ଆତିଶି, ଏନଡି ଗୁପ୍ତା, ଦୁର୍ଗେଷ ପାଠକ, ପଙ୍କଜ ଗୁପ୍ତା, ରାଘବ ଚଢା, ଇମରାନ ହୁସେନ ଓ ରାଖି ବିର୍ଲା ଉପସ୍ଥିତ ଥିଲେ।

ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ୧୮ ତାରିଖରେ ହେବ ଓ ଜୁଲାଇ ୨୧ରେ ଫଳାଫଳ ପ୍ରକାଶ ପାଇବ।

Leave a Reply

Your email address will not be published. Required fields are marked *