ପାଣ୍ଡିଆନଙ୍କ ହାତରେ ବିଧାନସଭା ଓ ଲୋକସଭା ସାଧା ଟିକେଟ : ପ୍ରଦୀପ ପୁରୋହିତ

Spread the love

ଭୁବନେଶ୍ୱର : ସବୁ ବିଧାନସଭା ଓ ଲୋକସଭା ସାଧା ଟିକେଟ ପାଣ୍ଡିଆନଙ୍କ ହାତରେ ଅଛି । ସାଧା ଟିକେଟରେ ମୁଖ୍ୟମନ୍ତ୍ରୀ ଦସ୍ତଖତ କରିସାରିଛନ୍ତି । ଟିକେଟ ପାଣ୍ଡିଆନଙ୍କ ପାଖରେ ରହିଛି, ସେ ହିଁ ଟିକେଟ ବାଣ୍ଟିବେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ସେ କହିଛନ୍ତି ବିଜେଡି ଆଉ ବିଜେଡି ହାତରେ ନାହିଁ । ବିଜେଡି ୫-ଟି ସଚିବଙ୍କ ହାତକୁ ଚାଲିଗଲାଣି ବୋଲି ମୋର ସନ୍ଦେହ । ବିଜେଡିର ବଡ଼ ବଡ଼ ନେତା ୫-ଟି ସଚିବଙ୍କୁ ନେଇ ଅସନ୍ତୁଷ୍ଟ ଅଛନ୍ତି । ଅସନ୍ତୁଷ୍ଟ ଥିଲେ ବି ଟିକେଟ୍ କଟିବା ଭୟରେ ସେମାନେ ବାହାରେ କିଛି ପ୍ରକାଶ କରିପାରୁନାହାନ୍ତି ।

ସେ ଆହୁରି କହିଛନ୍ତି ଯେ ଯଦି ବିଜେଡି ଜିତେ, ତା’ହେଲେ ମୁଖ୍ୟମନ୍ତ୍ରୀ ଆସନରେ ଅନ୍ୟ ଜଣେ ବସିଥିବେ । ମୁଖ୍ୟମନ୍ତ୍ରୀ ପ୍ରେସରରେ ଅଛନ୍ତି, ସେ କିଛି ଜାଣୁ ନାହାନ୍ତି । ଚକ୍ରବ୍ୟୁହ କରାଯାଇଛି, ୫-ଟି ସଚିବ ଯାହା ଚାହୁଁଛନ୍ତି, ସିଏମ୍ ତାହା କରୁଛନ୍ତି ।

Leave a Reply

Your email address will not be published. Required fields are marked *