ବୈଜୟନ୍ତ ପଣ୍ଡାଙ୍କୁ ପୁଣି ଥରେ ମିଳିଲା ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱ

Spread the love

ଭୁବନେଶ୍ୱର : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି ଥରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱ ମିଳିଛି । ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କେନ୍ଦ୍ରୀୟ ଟିମ ଆଜି ଘୋଷଣା କରିଥିବା ବେଳେ ପଣ୍ଡାଙ୍କୁ ସେ ନିଜ ଟିମରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ଦେଇଛନ୍ତି ।

ଉଲ୍ଲେଖନୀୟ ଯେ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ୩୮ଜଣିଆ ଟିମରେ ଥିବା ନେତାଙ୍କ ନାମ ଘୋଷଣା କରିଛନ୍ତି । ବିଜେପି ପକ୍ଷରୁ ନୂତନ ଜାତୀୟ ଉପାଧ୍ୟକ୍ଷ ଏବଂ ସାଧାରଣ ସମ୍ପାଦକଙ୍କ ନାମ ଘୋଷଣା କରାଯାଇଛି । ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବରେ ଓଡ଼ିଶାର ବୈଜୟନ୍ତ ପଣ୍ଡାଙ୍କ ନାମ ରହିଛି । ଏହା ପୂର୍ବରୁ ମଧ୍ୟ ସେ ଏହି ଦାୟିତ୍ୱରେ ଥିଲେ ।

Leave a Reply

Your email address will not be published. Required fields are marked *