ମହାରାଷ୍ଟ୍ର କଂଗ୍ରେସରେ ବିବାଦ: ଥୋରାଟ ଦେଲେ ଇସ୍ତଫା

Spread the love

ମୁମ୍ବାଇ: ମହାରାଷ୍ଟ୍ର କଂଗ୍ରେସର ବରିଷ୍ଠ ନେତା ବାଲାସାହେବ ଥୋରାଟ ପାର୍ଟିର ବିଧାୟକ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ପାର୍ଟି ଅଧ୍ୟକ୍ଷଙ୍କୁ ପତ୍ର ଲେଖି ଜଣାଇଛନ୍ତି। ତାଙ୍କ ଇସ୍ତଫାର କାରଣରେ ସେ ଦର୍ଶାଇଛନ୍ତି କି, ଦଳ ଭିତରେ ତାଙ୍କ ପରାମର୍ଶ ଦିଆଯାଉ ନାହିଁ। ତାଙ୍କୁ ଅପମାନ ଦିଆଯିବା ସହ ତାଙ୍କ ପରିବାର ବିଷୟରେ ଅପ ପ୍ରଚାର କରାଯାଉଛି। ଥୋରାଟ ଫେବୃଆରୀ ୨ରେ ଇସ୍ତଫା ଦେଇଥିବା ତାଙ୍କ ଜଣେ ନିକଟତମ ସମର୍ଥକଙ୍କ ପକ୍ଷରୁ ସୂଚନା ମିଳିଛି।

ତେବେ ଥୋରାଟଙ୍କ ଇସ୍ତଫା ସମ୍ପର୍କରେ ପ୍ରଦେଶ ଅଧ୍ୟକ୍ଷ ନାନା ପଟୋଲେ କିଛି ଜାଣି ନ ଥିବା କହିଛନ୍ତି। ସେ କହିଛନ୍ତି, ତାଙ୍କୁ ପତ୍ରରେ କଣ ଲେଖା ଯାଇଛି ଜଣାନଥିବାରୁ ଏହା ଉପରେ କିଛି କହିବା ଅସମ୍ଭବ ବୋଲି କହିଛନ୍ତି। ତେବେ ଇସ୍ତଫା ପୂର୍ବରୁ ହିଁ ଥୋରାଟ ପାର୍ଟି ଅଧ୍ୟକ୍ଷଙ୍କୁ କହିଥିଲେ କି, ପ୍ରଦେଶାଧ୍ୟକ୍ଷଙ୍କ ସହ କାମ କରିବା ତାଙ୍କ ପକ୍ଷରେ ଅସମ୍ଭବ ହୋଇଗଲାଣି।

କୁହାଯାଉଛି, ଥୋରାଟଙ୍କ ସମୁଦି ତଥା ନାସିକ ଗ୍ରାଜୁଏଟ ସିଟରୁ ତତ୍କାଳୀନ ଏମଏଲସି ସୁଧୀର ତାମ୍ବେ ମହାରାଷ୍ଟ୍ର ବିଧାନପରିଷଦ ନିର୍ବାଚନରେ ଟିକେଟ ମିଳିବା ସତ୍ତ୍ବେ ନିର୍ବାଚନ ନ ଲଢି ତାଙ୍କ ପୁଅ ସତ୍ୟଜିତ ତାମ୍ବେଙ୍କୁ ସ୍ବାଧୀନ ପ୍ରାର୍ଥୀଭାବେ ନିର୍ବାଚନ ଲଢାଇଥିଲେ ଓ ସତ୍ୟଜିତ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ଏହା ଫେବୃଆରୀ ୨ରେ ଫଳାଫଳ ଘୋଷଣା ହୋଇଥିଲା। ଏହା ପରେ ଦଳ ସୁଧୀର ଓ ତାଙ୍କ ପୁଅ ସତ୍ୟଜିତଙ୍କୁ ଦଳରୁ ନିଲମ୍ବିତ କରିଥିଲା। ଏହା ଏକ କାରଣ ହୋଇଥିବା ଚର୍ଚ୍ଚା ହେଉଛି।

ତେବେ ଥୋରାଟଙ୍କ ଇସ୍ତଫା ପତ୍ରରେ ଆହୁରି ମଧ୍ୟ  ଅହମଦନଗରର କିଛି ପଦାଧିକାରୀଙ୍କୁ ଦଣ୍ଡିତ କରାଯାଇଥିବା ଉଲ୍ଲେଖ ଥିବା କୁହାଯାଉଛି। ଅହମଦନଗର ଜିଲ୍ଲା କମିଟିରେ ପାର୍ଟି ବିରୋଧୀ କାର୍ଯ୍ୟକଳାପ ପାଇଁ ଜାନୁଆରୀ ୨୬ରେ ନାନା ପାଟୋଲେ କମିଟି ଭଙ୍ଗ କରିଥିଲେ। କାରଣ କମିଟିର ବହୁ ସଦସ୍ୟ ସତ୍ୟଜିତଙ୍କ ସପକ୍ଷରେ ପ୍ରଚାର କରିଥିଲେ।

Leave a Reply

Your email address will not be published. Required fields are marked *