ବରୀ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ କଂଗ୍ରେସର ସାଂଗଠନିକ ବୈଠକ

Spread the love

ଧର୍ମଶାଳା : ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକର ୧୦ ଗୋଟି ପଂଚାୟତକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଓ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରସୁଲପୁର ବ୍ଲକ ସାମନ୍ତରାପୁର ପଂଚାୟତସ୍ଥ ଶିକିଚିଲବାଗ ମଠ ପରିସରରେ ବରୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତ୍ରୀ ଆରତୀ ଦେଓଙ୍କ ନେତୃତ୍ୱରେ ରସୁଲପୁର ବ୍ଲକ ସଭାପତି ମିହିର ମିଶ୍ରଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଂଗଠନିକ ବୈଠକ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଫଟୋ ଚିତ୍ର ପୁଷ୍ପମାଲ୍ୟ ଅର୍ପଣ ପରେ ବୈଠକ ଅନୁଷ୍ଠିତ ହୋଇଥିଲା । ଆଗକୁ ଦଳ କିପରି ତୃଣମୂଳ ସ୍ତରରେ ସକ୍ରୀୟ ହୋଇ ଲୋକଙ୍କ ନିକଟରେ ପଂହଚିବ,ଯୁବ ସଂଗଠକମାନଙ୍କୁ ଏକତ୍ର କରିବା ସହ ବରିଷ୍ଠ କଂଗ୍ରେସ ନେତାଙ୍କ ଅନୁଭବକୁ କାର୍ଯ୍ୟରେ ପରିଣତ କରି ସାଧାରଣ ଲୋକଙ୍କ ସମସ୍ୟାକୁ ଲୋକାଲୋଚନକୁ ଆଣିବାକୁ ପୟାସ କରାଯିବ ବୋଲି ଏହି ବୈଠକରେ ନିସ୍ପତି ନିଆଯାଇଥିଲା । ଏହା ସହିତ ପ୍ରତି ପଂଚାୟତରେ ୨୦ ଜଣିଆ କମିଟି ଗଠନ କରାଯିବ ବୋଲି କାର୍ଯ୍ୟ ପନ୍ଥା ସ୍ଥିର ହୋଇଛି । ଜୟ ରାମ ପଣ୍ଡା,ମଧୁ ସାହୁ, କୈଳାସ ସାହୁ,ବେଣା ମହାପାତ୍ର,ନରେଶ ସାହୁ,ସୁବାସ ମଲ୍ଲିକ,ନରେଶ ପୃଷ୍ଟି,ନରେଶ ବେହେରା,ସଂଗ୍ରାମ ରାଉତ,ଦୃଷ୍ଟଦ୍ୟୁମ୍ନ ମହାନ୍ତି,ସେକ୍ ତଫିରୁଦ୍ଧିନ,ସେକ୍ ଇନ୍ତେୟାଜ,ସେକ ଫକିରୁଦ୍ଧିନ,ସେକ୍ ଅମୁରୁଲ,ସେକ୍ ଅବନା ଓ ସେକ୍ ନୁରୁଲ୍ଲା ପ୍ରମୁଖ ଯୋଗ ଦେଇ ବଭିନ୍ନ ଅଂଚଳର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରସୁଲପୁର ବ୍ଲକର ବନ୍ଧଡିହ, ବ୍ରହ୍ମବରଦା, ମହେଶ୍ୱରପୁର , ମଙ୍ଗରାଜପୁର ,ରାଉତରାପୁର, ଅର୍ଥଙ୍ଗା, ସାମନ୍ତରାପୁର, ଅତଲାପୁର,ରାଜେନ୍ଦ୍ରପୁର  ଓ ପ୍ରଥମାଖଣ୍ଡ ପଂଚାୟତର ଶତାଧିକ ବରିଷ୍ଠ କର୍ମୀ,ଯୁବ ନେତା ଓ ମହିଳା ନେତ୍ରୀ ଯୋଗ ଦେଇଥିଲେ । ଶେଷରେ ଯୁବନେତା ଅନନ୍ତ ଘଡାଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *