ରାୟପୁରରେ ବିଏଚପିର ବୈଠକ ଆରମ୍ଭ, ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଧର୍ମାନ୍ତରୀକରଣ

Spread the love

ରାୟପୁର : ବିଶ୍ଵହିନ୍ଦୁ ପରିଷଦ(ବିଏଚପି)ର ରାଷ୍ଟ୍ରୀୟ ଦଳର କେନ୍ଦ୍ରୀୟ ପରିଚାଳନା କମିଟିର ବୈଠକ ଆଜି ଆରମ୍ଭ ହୋଇଛି । ଶୀର୍ଷ ୧୩ ପଦାଧିକାରୀ ଧର୍ମାନ୍ତରୀକରଣ, ଲଭ୍ ଜିହାଦ, ଗୋହତ୍ୟା ଏବଂ ମନ୍ଦିରକୁ ସରକାରୀ ଅଧିଗ୍ରହଣରୁ ମୁକ୍ତ କରାଇବା ନେଇ ରଣନୀତି ଉପରେ ଆଲୋଚନା କରୁଛନ୍ତି ।

ଏହି ବୈଠକରେ ବିଏଚପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଆରଏନ ସିଂହ, କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାର, କେନ୍ଦ୍ରୀୟ ମହାମନ୍ତ୍ରୀ ମିଲିନ୍ଦ ପରାଣ୍ଡେ, ସଂଗଠନ ମନ୍ତ୍ରୀ ବିନାୟକ ରାଓ, ସଂରକ୍ଷକ ଦିନେଶ ଚନ୍ଦ୍ର ଏବଂ ଉପାଧ୍ୟକ୍ଷ ଚମ୍ପତ ରାୟ ପ୍ରମୁଖ ଉପସ୍ଥିତ ଅଛନ୍ତି । ଏହି ବୈଠକ ରାୟପୁରର କମଲବିହାର ସ୍ଥିତ ମାହେଶ୍ଵରୀ ଭବନରେ ଚାଲିଛି । ଆସନ୍ତା ୨୬ ତାରିଖରେ ଏହାର ସମାପନ ହେବ ।

ରବିବାର ବୈଠକରେ ଦେଶର ବିଭିନ୍ନ ସ୍ଥାନରୁ ୧୭୦ ପଦାଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ କେନ୍ଦ୍ରୀୟ ବିସ୍ତାର କମିଟିର ବୈଠକ ଅନୁଷ୍ଠିତ ହେବ । ଏଥିରେ କେନ୍ଦ୍ରୀୟ ପରିଚାଳନା କମିଟିର ସଦସ୍ୟଙ୍କ ବ୍ୟତୀତ ପ୍ରାୟ ୧୦୦ ଅନ୍ୟ ସଦସ୍ୟ ମଧ୍ୟ ସାମିଲ୍ ହେବେ । ଜୁନ୍ ୨୬ ରେ ପୁଣି ଥରେ କେନ୍ଦ୍ରିୟ ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହେବ । ଏଥିରେ ୬ ମାସ ପୂର୍ବରୁ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରୀୟ ସମ୍ମିଳନୀରେ ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟଗୁଡିକର ସମୀକ୍ଷା କରାଯିବ । ଏଥିସହିତ ଆଗାମୀ ୬ ମାସ ପାଇଁ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯିବ ।

Leave a Reply

Your email address will not be published. Required fields are marked *