ବିହାର ବିଧାନସଭାରେ ବିଶ୍ୱାସ ଓ ସମ୍ମାନର ଛବି : ନୀତିଶ-ତେଜସ୍ୱୀ ଯୋଡ଼ି

ନୀତିଶ-ତେଜସ୍ୱୀଙ୍କ ଭିତରେ ସମ୍ମାନ ଓ ଭଲ ପାଇବା ଦେଖିଲା ବିହାର ବିଧାନସଭା। ଆଜି ବାଚସ୍ପତି ନିର୍ବାଚନ ଥିଲା। ବାଚସ୍ପତି ଭାବେ ଡାକ୍ତର ପ୍ରେମକୁମାର ନିର୍ବାଚିତ ହୋଇଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶୁଭକାମନା ଜଣାଉଥିଲେ। ନବନିର୍ବାଚିତ ବିଧାନସଭା ଅଧ୍ୟକ୍ଷଙ୍କୁ ଅଭିନନ୍ଦନ ଜଣାଇଥିଲେ ନୀତିଶ। ପ୍ରେମକୁମାର ମନ୍ତ୍ରୀ ଭାବେ ଭଲ କାମ କରୁଥିଲେ। ତାଙ୍କର ଅନୁଭବ ଓ ଅଭିଜ୍ଞତା ଅଛି। ଗୃହକୁ କେମିତି ସୁଚାରୁରୂପେ ଚଳାଇବେ। ନିଜନ ସମ୍ୱୋଧନ ବେଳେ ସମସ୍ତ ସଦସ୍ୟଙ୍କୁ ଆସନରୁ ଛିଡ଼ା ହୋଇ ପ୍ରେମକୁମାରଙ୍କୁ ପ୍ରଣାମ କରିବାକୁ ନିବେଦନ କରିଥିଲେ ନୀତିଶ। ସମସ୍ତେ ଆସନରୁ ଛିଡ଼ା ହେଉଥିଲା ବେଳେ ଏତିକିବେଳେ ତେଜସ୍ୱୀଙ୍କ ଉପରେ ନଜର ପଡ଼ିଥିଲା ନୀତିଶଙ୍କର। ଅଭିଭାବକ ଅନ୍ଦାଜରେ ତେଜସ୍ୱୀଙ୍କୁ କହିଥିଲେ, ଛିଡ଼ା ହୋଇଯାଆ ଭାଇ। ଏହା ପରେ ଗୃହରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା। ଅଧ୍ୟକ୍ଷଙ୍କୁ ଶୁଭେଛା ଦେବା ବେଳେ ତେଜସ୍ୱୀ କହିଥିଲେ, ସେ ବିରୋଧୀଙ୍କୁ ବିଶେଷ ଧ୍ୟାନ ଦେବେ ବୋଲି ଆଶାବାଦୀ। ବିରୋଧୀ କେବଳ ସରକାରଙ୍କୁ ଆଇନା ଦେଖାଇବାକୁ ଥାଆନ୍ତି। ଏଠାରେ କାହା ସହ କୌଣସି ବ୍ୟକ୍ତିଗତ ଶତୃତା ନାହିଁ। ବିହାରର ହକ୍ ଅଧିକାର ପାଇଁ ଏଠାକୁ ଆସିଛୁ। ସରକାର ଠିକ୍ ରାସ୍ତାରେ ଯାଇ ବିହାରକୁ ବିକାଶ ପଥରେ ନିଅନ୍ତୁ। ମୁଖ୍ୟମନ୍ତ୍ରୀ ସୁସ୍ଥ ରୁହନ୍ତି ଓ ବିହାରକୁ ଆଗେଇ ନିଅନ୍ତୁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *