ବଦଳିବ ନାହିଁ ‘ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର’ ନାଁ : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଦୀର୍ଘ ବର୍ଷ ଧରି ପ୍ରଦାନ କରାଯାଉଥିବା ‘ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର’ର ନାମ ବଦଳିବ ନାହିଁ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ସରକାର ସବୁବେଳେ ବରପୁତ୍ରମାନଙ୍କୁ ସମ୍ମାନ ଦେଇଆସିଛି । ତେବେ ବିଜୁ ବାବୁଙ୍କୁ କୌଣସି ଦଳର ନୁହେଁ ବରଂ ତାଙ୍କୁ ଓଡିଶାର ବରପୁତ୍ର ଭାବେ ସମ୍ମାନ ଦିଆଯାଏ । ବିଜୁ ବାବୁଙ୍କ ଦୀର୍ଘ ଦଶନ୍ଧୀର ରାଜନୈତିକ ଓ ସାମାଜିକ ଅବଦାନ ସବୁବବେଳେ ସ୍ମ ରଣୀୟ ହୋଇରହିବ । ତେଣୁ ପୂର୍ବରୁ ଦିଆଯାଉଥିବା ଏହି ପୁରସ୍କାର ତାଙ୍କର ନାମରେ ଚାଲୁ ରହିବ ବୋଲି ଘୋଷଣା କରିଛନ୍ତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପରିବର୍ତ୍ତେ ଏହାର ନାମ ଓଡିଶା ରାଜ୍ୟ କ୍ରୀଡା ସମ୍ମାନ ହେବ ବୋଲି ଘୋଷଣା ହେବ। ଏ ନେଇ ରାଜ୍ୟ କ୍ରୀଡା ବିଭାଗ ତରଫରୁ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା । ହେଲେ ଏନେଇ କୌଣସି ବିଦ୍ଧିବଦ୍ଧ ନିଷ୍ପତ୍ତି ହୋଇନାହିଁ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *