ଟାଟା ପାୱାର ପଛରେ ବିଜେଡି ଅଛି : ବିଜେପି

Spread the love

ଭୁବନେଶ୍ୱର : ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ରାଜଭବନ ଘେରାଉ ପ୍ରସଙ୍ଗରେ ପ୍ରତିକ୍ରିୟା ରହିଛି ରାଜ୍ୟ ବିଜେପି । କମ୍ପାନୀ ପ୍ରୀତିରେ କାଉଣ୍ଟର ପୋଲିଟିକ୍ସ ପାଇଁ ବିଜେଡି ଗ୍ୟାସ ଦର ବୃଦ୍ଧି କଥା କହୁଛି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦ କହିଛନ୍ତି ।

ସେ କହିଛନ୍ତି ଆନ୍ଦୋଳନର ଅର୍ଥ ହେଉଛି ଟାଟା ପାୱାର ପଛରେ ବିଜେଡି ଅଛି । ସାଧାରଣ ଲୋକେ ଟାଟା ପାୱାର ଦ୍ୱାରା ହଇରାଣ ହରକତ ହେବାରୁ ବିଜେପି ତାର ପ୍ରତିବାଦରେ ଆନ୍ଦୋଳନର ଡ଼ାକରା ଦେଇଥିଲା । ବିଜେଡି ଏହି କାଉଂଟର ଆନ୍ଦୋଳନର ଡାକରା ଦେଇ ଲୋକଙ୍କୁ ଜଣେଇବାକୁ ଚାହୁଁଛି ଟାଟା ପାୱାର ଯେତେ ଯାହା କଲେ ବି ଚଳିବ ଆମେ ତା ପଛରେ ଅଛୁ । ଯେଉଁ ଗ୍ୟାସ କଥା କହୁଛି ବିଜେଡି ଆଗରୁ ଯେମିତି ହରିଲୁଟ ଚାଲୁଥିଲା ତାହା ବନ୍ଦ ହୋଇଛି । ୨୦ ଲକ୍ଷ ରୁ ବଢି କି ୯୦ ରୁ ୯୫ ଲକ୍ଷ ହିତାଧିକାରୀ ଗ୍ୟାସ ବ୍ୟବହାର କରୁଛନ୍ତି । ରାଜ୍ୟ ସରକାର ଏହା ଅସ୍ୱୀକାର କରି ପାରିବେ କି ? ଯଦି ବିଜୁଳି ଆନ୍ଦୋଳନ ର କାଉଣ୍ଟର ଗ୍ୟାସ ବୋଲି ଭାବୁଛି ବିଜେଡି ତେବେ ମସ୍ତବଡ଼ ଭୁଲ କରୁଛି । ଏମିତି କାଉଣ୍ଟର ପଲିଟିକ୍ସ ଅପେକ୍ଷା ଟାଟା ପାୱାର କେମିତି ବିଦ୍ୟୁତ ବିତରଣ ଠିକ କରିବ ଦଳର ମୁଖିଆ ବା ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରନ୍ତୁ ।

Leave a Reply

Your email address will not be published. Required fields are marked *