ନବୀନ ନିବାସରେବିଜେଡି ନେତା, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା….

Spread the love

ନବୀନ ନିବାସରେ ବିଜେଡିର ବରିଷ୍ଠ ନେତା। ବିଜେଡିର ପରାଜୟ ପରେ ବିଜୟୀ ଓ ପରାଜିତ ନେତାଙ୍କୁ ନେଇ ପୁଣିଥରେ ବୈଠକ କରୁଛନ୍ତି ନବୀନ ପଟ୍ଟନାୟକ। ପୂର୍ବରୁ ବୈଠକ ମଧ୍ୟ ବୈଠକ କରିଥିଲେ।  ବୈଠକ ନେଇ ନବୀନ ନିବସାରେ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ସଞ୍ଜୟ ଦାସବର୍ମା, ଦେବୀ ମିଶ୍ର, କଳିକେଶ ସିଂଦେଓ, ଅତନୁ ସବ୍ୟସାଚୀ ଉପସ୍ଥିତ ଥିବା ସୂଚନା ରହିଛି। ତେବେ କେଉଁ କାରଣରୁ ଏଥର ଦଳ ପରାଜୟ ବରଣ କଲା ସେନେଇ ଆଲୋଚନା କରିବାକୁ ନେତାମାନେ ଏକାଠି ହୋଇଥିବା କୁହାଯାଉଛି । ଏଥିସହ  ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଉଛି। ଆଗାମୀ ଅଗ୍ରଗତି ନେଇ ଦଳ କ’ଣ ନୀତି ଗ୍ରହଣ କରିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *