ବିଜେଡିର ମିଶ୍ରଣ ପର୍ବ : ବିଜେପିର ବରିଷ୍ଠ ନେତା ପୂର୍ଣ୍ଣ ଚନ୍ଦ୍ର ତରାଇ ଦଳ ଛାଡିଲେ

Spread the love

ଧର୍ମଶାଳା : ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ବିକାଶ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ଆଜି ପୂର୍ବାହ୍ନରେ ଯାଜପୁର ଜିଲା ଜାରକାସ୍ଥିତ  ବିଜୁ ଜନତା କାର୍ଯ୍ୟାଳୟଠାରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ଉପସ୍ଥିତିରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା ନିର୍ବାଚନ ମଣ୍ଡଳୀ ୧୫ନଂ ଜୋନ ଉତରପ୍ରତାପ  ପଞ୍ଚାୟତର ପୂର୍ବତ୍ତନ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ତରାଇ ତାଙ୍କ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି । ବିଧାୟକ ଶ୍ରୀଯୁକ୍ତ ବଳବନ୍ତରାୟ ସେମାନଙ୍କୁ ଦଳୀୟ ଉତରୀୟ ଦେଇ ସ୍ୱାଗତ କରିଥିଲେ । ଏହି ମିଶ୍ରଣ ପର୍ବରେ ଜଳଧର ସାହୁ, ଜଳଧର ମହାନ୍ତି, ଅମରେନ୍ଦ୍ର ରାୟ, ସୁଧାଂଶୁ ଶେଖର ସାହୁ, ନିମାଇଁ ମଳିକ, କ୍ଷିରାବ୍ଧୀ ତନୟା ମଲ୍ଲିକ ଓ ନିରଞ୍ଜନ ବଳ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଏଥିରେ ଶତାଧିକ ବିଜେପି କର୍ମକର୍ତା ବିଜେଡିରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *