ମାଲକାନଗିରି : ମାଲକାନଗିରି ନିର୍ବାଚନ ମଣ୍ଡଳୀ ସଦର ବ୍ଲକ ପଦ୍ମଗିରି ଜ଼ିଲ୍ଲା ପରିଷଦ ଜୋନ୍ ୧୩ ର ସିନ୍ଦ୍ରିମାଲ ଗ୍ରାମ ପଞ୍ଚାୟତ ଓ ଗୌଡ଼ଗୁଡା ଗ୍ରାମ ପଞ୍ଚାୟତର ପ୍ରତ୍ୟେକ ୱାର୍ଡ଼ ଏବଂ ବୁଥ୍ ର ତୃଣମୂଳ ସ୍ତରରେ ପହଞ୍ଚି ବୁଥ ଓ ୱାର୍ଡ଼ କମିଟି ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣକାରୀ ଯୋଜନାକୁ ତୃଣମୂଳସ୍ତରରେ ପହଞ୍ଚାଇବା ସହ ବିଜୁ ଜନତା ଦଳର ଦଳୀୟ ସଙ୍ଗଠନକୁ ଆହୁରି ସୁଦୃଢ଼ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଧାୟକ ଯାଜପୁର ତଥା ରାଜ୍ୟ ସାଙ୍ଗଠାନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ (ବବି ଭାଇ ) ଙ୍କ ଆହ୍ୱନ କ୍ରମେ ମାଲକାନଗିରି ଜିଲ୍ଲା ଜନ ପ୍ରିୟ ନେତା ତଥା ପୂର୍ବତ୍ତନ ବିଧାୟକ ମାନସ ମାଡକାମୀଙ୍କ ନେତୃତ୍ୱରେ ସଦର ବ୍ଲକ ପଦ୍ମଗିରି ଜ଼ିଲ୍ଲା ପରିଷଦ ଜୋନ୍ “୧୩” ର ସିନ୍ଦ୍ରିମାଲ ଗ୍ରାମ ପଞ୍ଚାୟତ ୨୧ ଟି ୱାର୍ଡ ଏବଂ ୭ ବୁଥ୍ ଓ ଗୌଡ଼ଗୁଡା ଗ୍ରାମ ପଞ୍ଚାୟତ ର ୧୩ ଟି ୱାର୍ଡ ଏବଂ ୬ ଟି ବୁଥ୍ ରେ କମ୍ମିଟି ଗଠନ ସମ୍ପୂର୍ଣ୍ଣ ହୋଇଯାଇଛି । ଆଜିର ବୈଠକରେ ପୂର୍ବତ୍ତନ ବିଧାୟକ ମାନସ ମାଡକାମୀ ଓଡ଼ିଶା ଗ୍ରାମାଞ୍ଚଳରେ ଥିବା ପୂଜାସ୍ଥଳ ତଥା ଅନ୍ୟାନ୍ୟ ଐତିହାସିକ ଗୁରୁତ୍ୱ ଥିବା ସ୍ଥାନର ବିକାଶ ସହ ଡିଜିଟାଲ ଭିତିଭୂମିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି ନୂଆ ଯୋଜନା ‘ଆମ ଓଡ଼ିଶା ନବୀନ ଓଡିଶା ବୋଲି ସମସ୍ତ ୱାର୍ଡ କମ୍ମିଟି ଓ ବୁଥ୍ କମ୍ମିଟି ର ବିଜେଡି ସକ୍ରିୟ କର୍ମକର୍ତାଙ୍କୁ ଜଣାଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ମାଲକାନଗିରି ପର୍ଯ୍ୟବେକ୍ଷକ ଦଶରଥ ମହୋନ୍ତ ଯୋଗ ଦେଇ ସମସ୍ତ ୱାର୍ଡ କମ୍ମିଟି ଓ ବୁଥ୍ କମ୍ମିଟି ର ସକ୍ରିୟ କର୍ମକାର୍ତାଙ୍କୁ ନେଇ ଦଳୀୟ ସଙ୍ଗଠନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ଯୋଜନା ଆମ ଓଡ଼ିଶା ନବୀନ ଓଡିଶା ର ପ୍ରତ୍ୟେକ ପଂଚାୟତ ରେ ୫୦ ଲକ୍ଷ ର ଅନୁଦାନ ଉପରେ ବିଶେଷ ଆଲୋଚନା କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଜୋନ୍ ସଂଯୋଜକ ଗୋପୀ ପାଙ୍ଗି ,ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମୀ, ସାଂସଦ ପ୍ରତିନିଧି ବି. କାମେଶ୍ୱର ରାଓ ,ବ୍ଲକ ସଭାପତି ବିଭାନସୁ ସାମଲ ,ପୁର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ନାୟକ ,ସିନ୍ଦ୍ରିମାଲ ସରପଞ୍ଚ ଘାସି ନାୟକ ,ବରିଷ୍ଠ ସାମ୍ବାଦିକ ଅସୀମ ବିଶ୍ୱାସ, ଯୁବ ନେତା ସଦାନନ୍ଦ ଖରା, ମାଲକାନଗିରି ପୌର ପରିଷଦ ପୁର୍ବତନ କାଉନସିଲର ସୁକଦ୍ୱେ ବୈରାଗୀ ଓ ବିଜେଡି ସକ୍ରିୟ କର୍ମୀ କେ ରାହୁଲ ପ୍ରମୁଖଙ୍କ ସହ ସିନ୍ଦ୍ରିମାଲ ଓ ଗୌଡ଼ ଗୁଡା ଗ୍ରାମ ପଞ୍ଚାୟତର ସମସ୍ତ ବିଜେଡି କର୍ମକର୍ତା ଉପସ୍ଥିତ ଥିଲେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now