ନାଗାଲାଣ୍ଡ: ୨୦ ଆସନରୁ ଲଢିବ ବିଜେପି

Spread the love

ନୂଆଦିଲ୍ଲୀ: ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ଗୁରୁବାର ୨୦ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି ଘୋଷଣା କରିଛି ବିଜେପିର ସେଣ୍ଟ୍ରାଲ ଇଲେକ୍ସନ କମିଟି ବା ସିଇସି। ଦଳର ରାଜ୍ୟ ସଭାପତି ତେମଜେନ ଅମନାଙ୍କୁ ଦଳ ଆଲୋଙ୍ଗତାକି ବିଧାନସଭା ଆସନରୁ ଠିଆ କରିବାକୁ ଯାଉଛି।

ସେହିପରି ଏ ତୋଭିହୋଟୋ ଆୟେମିଙ୍କୁ ଦିମାପୁର୧, ଏନ ଜାକୋବ ଝିମୋମିଙ୍କୁ ଘାସ୍ପାନି୧ରୁ, ଇ କ୍ରୋପାଲ ଭିଷ୍ଟୁଙ୍କ ଦକ୍ଷିଣ ଅଙ୍ଗମଲ ୨ରୁ, ପୁଞ୍ଜୁଙ୍ଗ ଜାମିରଙ୍କୁ ତୁଲି ଆସନରୁ ଠିଆ କରାଯାଉଛି। ତେବେ ଦିମାପୁର। ଓ ଘାସପାନି ୧ ଆସନ ବ୍ୟତୀତ ବାକି ୧୮ ଆସନ ଅନୁସୂଚିତ ଜନଜାତି ପାଇଁ ଚଳିତ ନିର୍ବାଚନରେ ଉଦ୍ଦିଷ୍ଟ ରହିଛି।

ଏହି ଘୋଷଣା ପୂର୍ବରୁ  ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ଟିକେଟ ବଣ୍ଟନକୁ ନେଇ ବୁଧବାର ଜେ ପି ନଡ୍ଡାଙ୍କ ନେତୃତ୍ବରେ ବିଜେପିର ସିଇସି ବୈଠକ ବସିଥିଲା। ତେବେ ଚଳିତ ଥର ବିଜେପି ନାସନାଲିଷ୍ଟ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି ବା ଏନଡିପିପି ସହ ନିର୍ବାଚନ ଲଢିବ। ମୋଟ ୬୦ ସିଟ ବିଶିଷ୍ଟ ନାଗାଲାଣ୍ଡରୁ ବିଜେପି ୨୦ଟି ଆସନରେ ତାର ପ୍ରାର୍ଥୀ ଦେଉଥିବା ବେଳେ ଏନଡିପିପି ବାକି ଆସନରୁ ଲଢିବ। ନାଗାଲାଣ୍ଡରେ ଆସନ୍ତା ଫେବୃଆରୀ ୨୭ରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ମାର୍ଚ୍ଚ୨ରେ ବାହାରିବ ଫଳାଫଳ।

ସେହିପରି ମେଘାଳୟରେ ସମସ୍ତ ୬୦ ସିଟରୁ ନିର୍ବାଚନ ଲଢିବ ବିଜେପି। ଗୁରୁବାର ଏନେଇ ବିଜେପି ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ବରନାଡ ମାରକଙ୍କୁ ମଧ୍ୟ ଟିକେଟ ଦିଆଯାଇଛି। ମେଘାଳୟ ବିଜେପି ଅଧ୍ୟକ୍ଷ ଅର୍ନେଷ୍ଟ ମାର୍ଭରୀ ପଶ୍ଚିମ ସିଲାଙ୍ଗ ସିଟରୁ ନିର୍ବାଚନ ଲଢିବେ। ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କ ବିରୋଧରେ ମାରକଙ୍କୁ ମୈଦାନକୁ ଛାଡୁଛି।

ବିଜେପି ତାର ସିଟିଂ ବିଧାୟକ ଏଏଲ ହେକ, ସନବୋର ସୁଲାଇଙ୍କୁ ମଧ୍ୟ ପୁଣି ଟିକେଟ ଦେଇଛି। ବିଜେପି ଚଳିତ ଥର ୬ ମହିଳା ପ୍ରତ୍ୟାଶୀଙ୍କୁ ଟିକେଟ ଦେଇଛି। କଂଗ୍ରେସର କୋଟ ବିଧାୟକ ହିମା ହିମାଳୟା ସାଙ୍ଗପ୍ଲିୟାଙ୍ଗ ଓ ଏନପିପିର ମାର୍ଟିନ ଡୈଗୋଙ୍କୁ ମଧ୍ୟ ବିଜେପି ଟିକେଟ ଦେଇଛି। ତେବେ ମାରକଙ୍କୁ ଗତ ବର୍ଷ ରାଜ୍ୟରେ ବେଶ୍ୟାଳୟ ଚଳାଇବା ଅଭିଯୋଗରେ ଗିରଫ କରାଯାଇଥିଲା। ଏବେ ସେ ଜାମିନରେ ଅଛନ୍ତି।  

Leave a Reply

Your email address will not be published. Required fields are marked *