ଛତିଶଗଡ଼ ମଦ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି

Spread the love

ନୂଆଦିଲ୍ଲୀ : ମଦ ଦୁର୍ନୀତିକୁ ନେଇ ଭାରତୀୟ ଜନତା ପାର୍ଟି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଇସ୍ତଫା ଦାବି କରିଛି । ଶୁକ୍ରବାର ଦିନ ବିଜେପି ନେତା କେ. କେ. ଏର୍ମା ଭୂପେଶ ବାଘେଲଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, କଂଗ୍ରେସ ଏବଂ ଦୁର୍ନୀତି ପରସ୍ପର ସହିତ ସମାନ । ଦୁଇହଜାର କୋଟି ଟଙ୍କାର ମଦ ଦୁର୍ନୀତି ହୋଇଛି, ଯେଉଁଥିପାଇଁ ଭୂପେଶ ବାଘେଲ ଇସ୍ତଫା ଦେବା ଉଚିତ୍ ।

କେ. କେ. ଏର୍ମା କହିଛନ୍ତି ଯେ, ମାର୍ଚ୍ଚ ୨୦୨୩ ରେ ଇଡ଼ି ୩୫ଟି ସ୍ଥାନରେ ସର୍ଚ୍ଚ ଅପରେସନ କରିଥିଲା ଏବଂ ଏଥିରେ ଆସିଥିବା ତଥ୍ୟ ଛତିଶଗଡ଼ର ମଦ ଦୁର୍ନୀତିର ଖୁଲାସା କରିଥିଲା । ଏହି ଘୋଟାଲାରେ ଦୁଇ ହଜାର କୋଟିରୁ ଅଧିକ ଟଙ୍କା ଆକଳନ କରାଯାଇଛି । ସେ କହିଛନ୍ତି ଯେ, ଇଡ଼ି ଅନୁସନ୍ଧାନରେ ଯେଉଁ ତଥ୍ୟ ସାମନାକୁ ଆସିଛି ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ, ଏହାର ମୁଖ୍ୟ ନେତା ଅନୱାର ଧବରଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଅନୱାର ରାୟପୁର ମେୟରଙ୍କ ବଡ଼ ଭାଇ ଏବଂ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନିକଟତର ବୋଲି ବିବେଚନା କରାଯାଏ ।

Leave a Reply

Your email address will not be published. Required fields are marked *