ଧାନର ଏମଏସପି ବୃଦ୍ଧି ପରେ ବିରୋଧୀଙ୍କ ଅଭିଯୋଗର ଉତର ଦେଲେ ବିଜେପି ବିଧାୟକ କୁସୁମ ଟେଟେ, ପଚାରିଲେ କଂଗ୍ରେସ ସରକାର ସମୟ ରେ କେତେ ଟଙ୍କା ବଢ଼ିଥିଲା

Spread the love

ଭୁବନେଶ୍ୱର : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୪୩ ଟଙ୍କା ବଢିବା ପରେ ବିରୋଧୀ ଙ୍କ ପକ୍ଷରୁ ଏହାକୁ କମ ବୋଲି କହି ଅଭିଯୋଗ କରାଯିବା ପରେ ବିଜେପି ବିଧାୟିକା କୁସୁମ ଟେଟେ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ।

ସେ ପ୍ରଶ୍ନ କରିଛନ୍ତି ଯେ କଂଗ୍ରେସ ସରକାର ସମୟ ରେ କେତେ ଟଙ୍କା ବଢ଼ିଥିଲା ତାର ଉତର ବିରୋଧୀ ମାନେ ଦେବା ଉଚିତ । ଆମ ବିଜେପି ସରକାର କଂଗ୍ରେସ ସରକାର ତୁଳନାରେ ବହୁତ ଟଙ୍କା ବଢ଼େଇଛି । ଆଉ ବିଜେଡି ଯେଉଁ ଅଧିକ ଟଙ୍କା ବଢ଼େଇବାକୁ ଦାବି କରୁଛି । ରାଜ୍ୟ ସରକାରଙ୍କ କ୍ଷମତା ଅଛି ସେ ୨୦୦ ଟଙ୍କା ବଢ଼େଇ ଦିଅନ୍ତୁ । ଓଡ଼ିଶାରେ ତ ଧାନର ଅଭାବୀ ବିକ୍ରି ହେଉଛି ତାହାର ସମାଧାନ କରଯାଉ ନାହିଁ । କେନ୍ଦ୍ର ଲଗାତାର ଭାବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଉଛନ୍ତି ଆଗକୁ ବି ପର୍ଯ୍ୟାୟ କ୍ରମେ ବଢ଼ାଇବେ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *