ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର କେବେ ଦିଆଯିବ ବୋଲି ପ୍ରଶ୍ନ କଲା ବିଜେପି

Spread the love

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର କେବେ ଦିଆଯିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି ବିଜେପି । ଖୁବଶୀଘ୍ର ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ଘର ନଦେଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଜେପି ଚେତାବନୀ ଦେଇଛି ।

ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଚାରୋଟି ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାର ଗରିବ ଲୋକଙ୍କୁ ମୋଦୀ ପଠାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର କେବେ ଦେବେ ଏବଂ କେବେ ତାଙ୍କୁ ଆଦେଶ ପତ୍ର ମିଳିବା ତାରିଖ ଘୋଷଣା କରନ୍ତୁ ରାଜ୍ୟ ସରକାର । ସେ କହିଛନ୍ତି ଯେ ଯେଉଁ ତାଲିକା ହେବେ ସେଥିରୁ ସଂପୂର୍ଣ୍ଣ ରୂପେ ଅଯୋଗ୍ୟଙ୍କ ନାମ ଉଚ୍ଛେଦ କରାଯିବ ବୋଲି ସ୍ପଷ୍ଟ କରିବେ କି । ଯୋଗ୍ୟ ହିତାଧିକାରୀଙ୍କ ତାଲିକା କେବେ ସାର୍ବଜନୀନ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ବାକି ଥିବା ଲୋକଙ୍କ ନାମ କେବେ ରାଜ୍ୟ ସରକାର ଯୋଡ଼ିବେ ସ୍ପଷ୍ଟ କରିବେ କି ସରକାର ବୋଲି ସେ ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *