ଏଲଆଇସି ଓ ଜାତୀୟ ବ୍ୟାଙ୍କ ଅର୍ଥ ଖର୍ଚ୍ଚ କରୁଛି ବିଜେପି: ମମତା

Spread the love

ବର୍ଦ୍ଧମାନ: ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ସରକାର ଉପରେ ଲଗାଇଛନ୍ତି ସାଙ୍ଘାତିକ ଅଭିଯୋଗ। ବର୍ତ୍ତମାନର ସେୟାର ମାର୍କେଟର ସ୍ଥିତି ତଥା ଚଳିତ ବଜେଟ ଉପରେ ମମତା କେନ୍ଦ୍ର ସରକାରକୁ କରିଛନ୍ତି ଟାର୍ଗେଟ। ଲୋକଙ୍କ କଷ୍ଟଅର୍ଜିତ ଅର୍ଥକୁ ବିଜେପି ଲୁଟୁଥିବା ଅଭିଯୋଗ ଆଣିଛନ୍ତି ମମତା। ବିଜେପି ଏଲଆଇସିରେ ଟିପୋଜିଟ ହୋଇଥିବା ଲୋକଙ୍କ ଅର୍ଥ ଓ ଜାରତୀୟ ବ୍ୟାଙ୍କ ଅର୍ଥକୁ ତାର କିଛି ନେତାଙ୍କ ସ୍ବାର୍ଥରେ ଖର୍ଚ୍ଚ କରୁଛି। ଗୁରୁବାର ପୂର୍ବ ବର୍ଦ୍ଧମାନର ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ବଜେଟ ଉପରେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି।

ମମତା ଅଭିଯୋଗ କରିଛନ୍ତି କି, ବୁଧବାର ବଜେଟ ଉପସ୍ଥାପନ ପୂର୍ବରୁ ସେୟାର ମାର୍କେଟ ଭୁଶୁଡି ପଡିଥିଲା ବୁଧବାର। ଗୁରୁବାର ବଜେଟ ଉପସ୍ଥାପନ ପରେ ସେୟାର ବଜାରରେ ବ୍ୟାପକ ଅବନତି ପରେ ବିଭିନ୍ନ ଲୋକଙ୍କୁ ଫୋନ କରାଯାଇ ହଜାର ହଜାର କୋର୍ଟ ଟଙ୍କା ଉଠାଇବାକୁ କୁହାଯାଇଥିଲା ବୋଲି ମମତା କହିଛନ୍ତି। ଏଥିସହ ଆସନ୍ତ ନିର୍ବାଚନ ପାଇଁ କେନ୍ଦ୍ର ବଜେଟ ଏକ ଛଳନା ଓ ବିରାଟ ମିଛ ବୋଲି କହିଛନ୍ତି ବାନାର୍ଜୀ।

Leave a Reply

Your email address will not be published. Required fields are marked *