ଜମ୍ମୁ: ବୁଲଡୋଜର ଅପରେସନକୁ ବିରୋଧ

Spread the love

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପ୍ରଶାସନ ଦ୍ବାରା ଜାରି ଜବରଦଖଲ ଉଚ୍ଛେଦ ଅଭିଯାନକୁ ନେଇ ବିବାଦ। ପ୍ରଶାସନ ଏହି କେନ୍ଦ୍ରଶାସିତ ଅଞ୍ଚଳ ଅଧୀନରେ ଲୋକଙ୍କ ଚାଷ ଜମି, ଆବାସ ଉପଯୋଗୀ ଜମିକୁ ବେଆଇନ ଜବରଦଖଲ ଘୋଷଣା କରି ବୁଲଡୋଜର ଚଳାଇବାକୁ ନେଇ ଦେଖାଦେଇଛି ଅସନ୍ତୋଷ। ପ୍ରଶାସନର ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ଲୋକଙ୍କ ବିରୋଧ ପ୍ରଦର୍ଶନ ଭିତରେ ବିରୋଧୀ ମଧ୍ୟ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି। କେନ୍ଦ୍ର ସରକାର ଜମ୍ମୁ ଲୋକଙ୍କୁ ବାସହରା କରୁଛି, ସେମାନଙ୍କ  ପେଟପାଟଣାର ଅଧିକାର ଛଡାଇ ନେଉଥିବା ଅଭିଯୋଗ ହେଉଛି।

ଜମ୍ମୁର ୨୦ ଜିଲ୍ଲାରେ ଜବରଦଖଲ ହଟାଇବାକୁ ବୁଲଡୋଜର ଚଲାଇ ଜମି ହାତେଇବା ସହ ବହୁ କୋଠାବାଡିକୁ ମଧ୍ୟ ଭଙ୍ଗାଯାଉଛି। ଏହାକୁ ନେଇ ଗତସପ୍ତାହରେ ଏକ ବିରୋଧୀ ଅଭିଯାନ କାଳରେ ପଥର ମାଡ ହୋଇଥିଲା, ଯେଉଁଥିଣେ ୫ ଜଣଙ୍କୁ ଗିରଫ କରାଯାଇଥିଲା। 

ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁପ୍ତି ଅଭିଯୋଗ କରିଛନ୍ତି କି, କାଶ୍ମୀରସ୍ଥିତି ଫିଲିସ୍ଥାନଠାରୁ ବି ଖରାପ। କେନ୍ଦ୍ର ଜମ୍ମୁ କାଶ୍ମୀରକୁ ଆଫଗାନିସ୍ଥାନରେ ପରିଣତ କରିଥିବା କହିଛନ୍ତି। ତେଣୁ ଜମ୍ମୁର ସ୍ବାର୍ଥ ପାଇଁ ସେ ସମସ୍ତ ବିରୋଧୀଦଳକୁ ଏକଜୁଟ ହେବାକୁ ମଧ୍ୟ ଆହ୍ବାନ ଦେଇଛନ୍ତି।  ସେହିପରି ଏନସି ନେତା ଉମାର ଅବଦ୍ଦୁଲା ଅଭିଯୋଗ କରିଛନ୍ତି କି, କେନ୍ଦ୍ର ଶେଖ ଅବ୍ଦୁଲ୍ଲାଙ୍କ ଜମିନକୁ ନଷ୍ଟ କରିବାକୁ ଚେଷ୍ଟା କରୁଛି। ୧୯୫୦ରେ ଜମ୍ମୁରେ ଭୂମିହୀନ ଚାଷୀଙ୍କୁ ମାଲିକାନା ହକ ଦେଇଥିଲା। କିନ୍ତୁ ଏହି ସରକାର ସେ ଅଧିକାର ଛଡାଇ ନେଉଛି।

Leave a Reply

Your email address will not be published. Required fields are marked *