ବଦଳିଲେ ରାଜସ୍ଥାନ ବିଜେପି ଅଧ୍ୟକ୍ଷ

Spread the love

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଜେପି ତାର ରାଜ୍ୟ ଅଧ୍ୟକ୍ଷ ପରିବର୍ତ୍ତନ କରିଛି। ପ୍ରଦେଶ ଅଧ୍ୟକ୍ଷ ଭାବେ ସାଂସଦ ଚନ୍ଦ୍ର ପ୍ରକାଶ ଜୋଶୀଙ୍କୁ ନିଯୁକ୍ତ କରିଛି ବିଜେପି। ଚିତ୍ତୌଗଡରୁ ଲଗାତର ଦୁଇ ଥର ସାଂସଦ ହୋଇଛନ୍ତି।

ଜୋଶୀ ଭାଜୟୁମୋ ପ୍ରଦେଶର ଅଧ୍ୟକ୍ଷ ରହିଥିଲେ। ତାଙ୍କ ନିକଟରେ ସାଂଗଠନିକ ନେତୃତ୍ବର ଲମ୍ବା ଅନୁଭୂତି ରହିଛି। ସେ ଗୋଷ୍ଠୀ କନ୍ଦଳରେ ସମ୍ପୃକ୍ତ ନୁହେଁ। ଚିତ୍ତୋରଗଡରୁ ସେ ୨୦୧୪ରେ ପ୍ରଥମ ଥର ସାଂସଦ ନିର୍ବାଚିତ ହୋଇଥିଲେ। ପରେ ୨୦୧୯ରେ ମଧ୍ୟ ଲୋକସଭାକୁ ଯାଇଛନ୍ତି। ୨୦୧୪ରେ ସେ କଂଗ୍ରେସର ବରିଷ୍ଠ ନେତା ଗିରିଜା ବ୍ୟାସଙ୍କୁ ହରାଇଥିଲେ। ଯୋଶୀ ରାଜସ୍ଥାନ ବିଜେପିର ୧୫ ତମ ଅଧ୍ୟକ୍ଷ ଓ ୭ମ ବ୍ରାହ୍ମଣ ଅଧ୍ୟକ୍ଷ ହୋଇଛନ୍ତି।

ଉଦୟପୁରର ବରିଷ୍ଠ ନେତା ଗୁଲାବ ଚନ୍ଦ୍ର କଟାରିୟାଙ୍କୁ ଆସାମର ରାଜ୍ୟପାଳ ନିଯୁକ୍ତ ପରେ ବିଜେପି ମେୱାଡ କ୍ଷେତ୍ର ଖାଲି ଥିଲା। ଜଣେ ନୂଆ ଓ ଦକ୍ଷ ନେତୃତ୍ବ ରୂପେ ଜୋଶୀଙ୍କୁ ପ୍ରୋଜେକ୍ଟ କରୁଛି ବିଜେପି। ଏଥିସହ କେନ୍ଦ୍ର ସହ ଯୋଶୀଙ୍କର ରହିଛି ଭଲ ସମ୍ପର୍କ।

ଯୋଶୀଙ୍କ ରାଜନୈତିକ କ୍ୟାରିୟର ଏବିଭିପିରୁ ଆରମ୍ଭ ହୋଇଥିଲା। ସେ ସଂଘର ମଧ୍ୟ ନକଟତମ ସଦସ୍ୟ। ୪୭ ବର୍ଷୀୟ ଯୋଶୀଙ୍କୁ ରାଜ୍ୟ ଅଧ୍ୟକ୍ଷ କରାଯିବାକୁ ନେଇ ରାଜନୈତିକ ବଶେଷଜ୍ଞଙ୍କ କହିବା କଥା କି, ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ସତୀଶ ପୁନିଆଙ୍କୁ ରାଷ୍ଟ୍ରୀୟ ସଂଗଠନରେ ସ୍ଥାନ ମିଳିପାରେ। ଏଥିସହ ନେତା ପ୍ରତିପକ୍ଷର ମଧ୍ୟ ନିର୍ବାଚନ ହେବାର ଅଛି।

Leave a Reply

Your email address will not be published. Required fields are marked *