ସିଏଏକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରୁଛି କେନ୍ଦ୍ର: ମମତା

Spread the love

କୋଲକାତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ନାଗରିକ ସଂଶୋଧନ ଆଇନ ବା ସିଏଏକୁ ନେଇ ପୁଣି କେନ୍ଦ୍ର ଉପରେ ବର୍ଷିଛନ୍ତି। ବିଜେପି ନେତୃତାଧୀନ କେନ୍ଦ୍ର ସରକାର ସିଏଏ ଲାଗୁ କରିବା ନାମରେ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ବାନାର୍ଜୀ  କହିଛନ୍ତି କି, ସେ ତାଙ୍କ ଦଳ ଟିଏମସି ବାଙ୍ଗଲାଦେଶରୁ ଆସିଥିବା ମତୁଆ ସମୁଦାୟର ଲୋକମାନଙ୍କ ଦାୟିତ୍ବ ନେଇଛି। କିନ୍ତୁ ବିଜେପି ଗୋଟିଏ ପଟେ ସିଏଏ ଲାଗୁ କରିଥିବା ବେଳେ ଭୋଟ ଆସିଲେ ମତୁଆ ସମ୍ପ୍ରଦାୟ ନିକଟକୁ ଯାଇ ସେମାନଙ୍କ ବନ୍ଧୁ ଭାବେ ନିଜକୁ ଦାବି କରୁଛି।

୧୯୫୦ ଦଶକରେ ପୂର୍ବ ପାକିସ୍ତାନରୁ ପଳାୟନ କରି ବାଙ୍ଗଲାଦେଶରେ ବାସ କରୁଥିବା ମତୁଆ ସମ୍ପ୍ରଦାୟ ପଶ୍ଚିମ ବଙ୍ଗକୁ ଚାଲି ଆସିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଧର୍ମୀୟ ଉତ୍ପୀଡନର ଶିକାର ହୋଇ ଭାରତକୁ ଚାଲିଆସିଥିଲେ। ସିଏଏ ରେ ଆଫଗାନିସ୍ତାନ, ବାଙ୍ଗଲାଦେଶ, ପାକିସ୍ତାନର ହିନ୍ଦୁ, ଶିଖ, ଜୈନ, ବୌଦ୍ଧ , ପାରସୀ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପ୍ରବାସୀଙ୍କୁ ନାଗରିକତା ପ୍ରଦାନ କରିବାର ସୁବିଧା ଦେଉଛି। କିନ୍ତୁ ସଂଶୋଧିତ ଆଇନ ଅନ୍ତର୍ଗତ ଏସମ୍ବନ୍ଧିତ ନୀତି ପ୍ରସ୍ତୁତ କରାଯାଇ ନାହିଁ। ତେଣୁ ଏପର୍ଯ୍ୟନ୍ତ ଏହି ଆଇନ ଅନ୍ତର୍ଗତ କାହାରିକୁ ନାଗରିକତା ପ୍ରଦାନ କରାଯାଇ ପାରୁ ନାହିଁ।

ମମତା ବାନାର୍ଜୀ ଆହୁରି କେନ୍ଦ୍ର ରାଜ୍ୟଗୁଡିକର ବକେୟା ଜାରି କରୁ ନ ଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି କି, କେନ୍ଦ୍ର ଉପରେ ପଶ୍ଚିମ ବଙ୍ଗର ଏକ ଲକ୍ଷ କୋଟି ଟଙ୍କାର ବାକି ପଡିରହିଛି। ତାହାକୁ ଆମକୁ ଦିଆଯାଉ। ଏହା ପୂର୍ବରୁ  ମମତା ଅଭିଯୋଗ କରିଛନ୍ତି କି, କେନ୍ଦ୍ର ମହାତ୍ମାଗାନ୍ଧୀ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା ବା ମନରେଗାରେ ମଧ୍ୟ ଅର୍ଥ ଦେଉନାହିଁ।

ପଶ୍ଚିମ ବଙ୍ଗର ମାଲଦା ଓ ମୁର୍ଶିଦାବାଦ ଜିଲ୍ଲାରେ ନଦୀ ସ୍ରୋତ କାଟିବାକୁ ଉଲ୍ଲେଖ କରି ମମତା କହିଛନ୍ତି କି, କେନ୍ଦ୍ର ସରକାର ଏହି ଦିଗ ପ୍ରତି ଦୃଷ୍ଟି ଦେବା ବନ୍ଦ କରି ଦେଇଛି। ଏବେ ଆମର ସବୁଠାରୁ ବଡ ସମସ୍ୟା ନଦୀ କାଟିବାକୁ ବନ୍ଦ କରାଯିବା। ଏଥିପାଇଁ ଆମକୁ ୩୧ କୋଟି ଟଙ୍କା ମିଳିବାକୁ ଥିଲା। ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କେନ୍ଦ୍ର ଉପରେ ବର୍ଷିଛନ୍ତି ମମତା।  

Leave a Reply

Your email address will not be published. Required fields are marked *