ପ୍ରକାଶ ପାଇଲା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ବିଜ୍ଞପ୍ତି

Spread the love

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ମଧୁସୂଦନ ମିସ୍ତ୍ରୀ ଗୁରୁବାର ଦିନ ଦଳର ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନ ପାଇଁ ଗୁରୁବାର ଏକ ଅଧିକାରିକ ବିଜ୍ଞପ୍ତି ଜାରି କରିଛନ୍ତି। ଅଧ୍ୟକ୍ଷ ପଦ ପାଇଁ ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ଓ ଅକ୍ଟୋବର ୧୯ରେ ଫଳାଫଳ ପ୍ରକାଶ ପାଇବ।

ମିନ୍ତ୍ରୀଙ୍କ ଦ୍ବାରା ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି କି, ମୁଁ, ସିଇଏର କାର୍ଯ୍ୟକାରୀ ଅଧ୍ୟକ୍ଷ ଜାତୀୟ କଂଗ୍ରେସର ସମ୍ବିଧାନିକ ଧାରା ୯୮ ଅନ୍ତର୍ଗତ ଘୋଷଣା କରୁଛି କି, ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପାଇଁ ବିଜ୍ଞପ୍ତି ଅନୁଯାୟୀ ଦିନ ଧାର୍ଯ୍ୟ ହୋଇଛି। ଏହି ବିଜ୍ଞପ୍ତିରେ ମିନ୍ତ୍ରୀଙ୍କ ସ୍ବାକ୍ଷର ରହିଛି। ଅଧ୍ୟକ୍ଷ ପଦ ପାଇଁ ସେପ୍ଟେମ୍ବର ୨୪ରୁ ସେପ୍ଟେମ୍ବର ୩୦ ମଧ୍ୟରେ ନାମାଙ୍କନ ଦାଖଲ ହେବ। ଅକ୍ଟୋବର ୮ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।

ସମସ୍ତ କଂଗ୍ରେସ ନେତାମାନଙ୍କୁ ଅଧ୍ୟକ୍ଷ ନିର୍ବାଚନରେ ମତଦାନ କରିବାକୁ ମିସ୍ତ୍ରୀ ଆହ୍ବାନ ଦେଇଛନ୍ତି। ତେବେ ଏହି ପଦ ପାଇଁ ରାଜସ୍ତାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟ ଓ କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର ନିର୍ବାଚନ ଲଢିବାକୁ ପୂର୍ବରୁ ନିଜ ନିଜ ଇଛା ପ୍ରକଟ କରିସାରିଛନ୍ତି। ତେବେ ଗୁରୁବାର ଦିନ ବରିଷ୍ଠ ନେତା ଦିଗବିଜୟ ସିଂହ ମଧ୍ୟ ଏହି ପଦପାଇଁ ଇଛାୟୀ ଥିବା ଚର୍ଚ୍ଚା ଆରମ୍ଭ ହୋଇଛି, ଯେତେବେଳେ ସେ ଦିଲ୍ଲୀରେ ପହଞ୍ଚି ଦଳର ଅନ୍ତରୀକ୍ଷ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଯାଉଛି।

Leave a Reply

Your email address will not be published. Required fields are marked *