ରାହୁଲ ଗାନ୍ଧୀ ମଣିପୁରର ପରିସ୍ଥିତି ପ୍ରତି ଅଧିକ ଦାୟିତ୍ୱବାନ ଏବଂ ସମ୍ବେଦନଶୀଳ ହେବା ଉଚିତ୍ : ବିଜେପି

Spread the love

ବିଜେପି କହିଛି ଯେ ମଣିପୁରର ପରିସ୍ଥିତି ପ୍ରତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଧିକ ଦାୟିତ୍ୱବାନ ଏବଂ ସମ୍ବେଦନଶୀଳ ହେବା ଉଚିତ୍ । ଆଜି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଦଳର ମୁଖପାତ୍ର ସମ୍ବିତ୍ ପାତ୍ର କହିଛନ୍ତି ଯେ ମଣିପୁରର ଅନେକ ସିଭିଲ୍ ସୋସାଇଟି ସଂଗଠନ ଏବଂ ଛାତ୍ର ସଂଗଠନ ଦ୍ୱାରା ରାହୁଲ ଗାନ୍ଧୀଙ୍କ ମଣିପୁର ଗସ୍ତକୁ ତୀବ୍ର ବିରୋଧ କରାଯାଇଥିଲା। ପ୍ରଶାସନ ରାହୁଲ ଗାନ୍ଧୀଙ୍କୁ ହେଲିକପ୍ଟର ଯୋଗେ ସଡ଼କ ମାର୍ଗ ପରିବର୍ତ୍ତେ ଚୁରାଚାନ୍ଦପୁର ଯିବାକୁ ଅନୁରୋଧ କରିଛି କିନ୍ତୁ ଏହି ରାସ୍ତା ଅବଲମ୍ବନ କରିବାକୁ ରାହୁଲ ମାନିନଥିଲେ ସମ୍ବିତ୍ ପାତ୍ର ଅଭିଯୋଗ କରିଛନ୍ତି ଯେ, ମଣିପୁରର ସାମ୍ପ୍ରତିକ ପରିସ୍ଥିତି ବିଭିନ୍ନ ପୁରୁଣା ସମସ୍ୟା କାରଣରୁ ହୋଇଛି, ଯେଉଁଥିପାଇଁ କଂଗ୍ରେସ ଦାୟୀ ।

କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନତ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଭାରତ ଯୋଡା ଯାତ୍ରା ଜାରି ରଖିବା ପାଇଁ ମଣିପୁର ଗସ୍ତ କରିଥିଲେ ମଧ୍ୟ ତାଙ୍କୁ ଅଟକାଇ ଦିଆଯାଇଥିଲା। ସେ କହିଛନ୍ତି, ରାହୁଲ ଗାନ୍ଧୀ ଶାନ୍ତି ଏବଂ ପ୍ରେମର ବାର୍ତ୍ତା ନେଇ ମଣିପୁର ଯାଇଥିଲେ ।

ସୂଚନାଯୋଗ୍ୟ ଯେ, ଆଜି ସକାଳ ପ୍ରାୟ 10ଟା ସମୟରେ ନିଆଦିଲ୍ଲୀ ସ୍ଥିତ ବାସଭବନରୁ ମଣିପୁର ପାଇଁ ବାହାରିଥିଲେ ।

Leave a Reply

Your email address will not be published. Required fields are marked *