ଏଠି ଜନତା ଜନାର୍ଦ୍ଦନ। ଉଭୟ 9 ବର୍ଷ ଧରି ଶାସନ କରିଥିଲେ । ପରେ ନବୀନ ବାବୁ ବିଜେପିକୁ ବାହାର କରିଦେଲେ। ହେଲେ ଏବେ ସାଂସଦରେ ସବୁ ବିଲକୁ ସମର୍ଥନ କରୁଛନ୍ତି। ଏହି ରାଜ୍ୟରେ ବିକାଶ ବଦଳରେ ବିନାଶ ହେଉଛି । ଯୁବକଙ୍କୁ ନିଯୁକ୍ତି ନାଂହିଁ। ଦାଦନ ବଢୁଛି।ମହିଳା ସୁରକ୍ଷିତ ନୁହନ୍ତି। ମନ୍ତ୍ରୀ ମଧ୍ୟ ସୁରକ୍ଷିତ । ଏହା ହେଉଛି 24 ବର୍ଷର ଉପଲବ୍ଧି। ଏହା ହେଉଛି ରାଜ୍ୟବାସୀଙ୍କୁ ଉପହାର। ଏପଟେ କେନ୍ଦ୍ର ସରକାର ମଧ୍ୟ ଧୂଆଁବାଣ ମାରୁଛନ୍ତି। ଆଚ୍ଛାଦିନ କହୁଥିଲେ। ଏବେ ବୁରା ଦିନ ହୋଇଯାଇଛି । ଏହା ହେଉଛି ବିଜେପି ସରକାର 9 ବର୍ଷର ସଫଳତା। ବିଜେଡି ବିଜେପି ଦୁଇ ସଉତୁଣୀ। ଉଭୟଙ୍କ ଦିନରେ କାଳି ରାତିରେ ମେଳି। ନିର୍ବାଚନରେ ବଂଚିବା ପାଇଁ ଉଭୟ ଦେଖେଇ ହେଉଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now