କଂଗ୍ରେସ ଉଠାଇଲା ସେଂଗୋଲ ଉପରେ ପ୍ରଶ୍ନ, ସ୍ମୃତି ଇରାନୀ କହିଲେ- କଂଗ୍ରେସ ହିନ୍ଦୁ ବିରୋଧୀ ପାର୍ଟି

ନୂଆଦିଲ୍ଲୀ : ନୂଆ ସଂସଦର ଉଦ୍‌ଘାଟନ ସମାରୋହରେ କଂଗ୍ରେସର ବର୍ଜନ ଓ ସେଂଗୋଲ ଉପରେ ଉଠାଯାଇଥିବା ପ୍ରଶ୍ନ ଉପରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓଲଟା ଜବାବ କରି ତାଙ୍କୁ ହିନ୍ଦୁ ବିରୋଧୀ କହିଥିଲେ । ସ୍ମୃତି ଇରାନୀ କହିଥିଲେ ଯେ କଂଗ୍ରେସର ହତାଶା ସ୍ରଷ୍ଟ ଭାବେ ଦେଖାଯାଉଛି । ସେଂଗୋଲ ଧର୍ମର ଦଣ୍ଡ ଅଟେ, ତାହା ପ୍ରତୀକ ସଂବୈଧାନି ପ୍ରଣାଳୀର, ଭାରତର ଲୋକତାନ୍ତ୍ରିକ ବ୍ୟବସ୍ଥାର ବିଶିଷ୍ଟ ଅଙ୍ଗ ଅଟେ । ଗାନ୍ଧୀ ପରିବାର ସେହି ସେଂଗୋଲକୁ ଅନ୍ଧାରିଆ କଣରେ ନେହରୁଜୀଙ୍କ ଏକ ବାଡ଼ି ରୂପେ ଅନେକ ବର୍ଷ ପର୍ଯ୍ୟନ୍ତ ସଂଗ୍ରହାଳୟରେ ରଖିଥିଲା । ଐତିହାସିକ ସେଂଗୋଲକୁ ନୂଆ ସଂସଦରେ ସ୍ଥାପିତ କରି ଇତିହାସର ପୃଷ୍ଠାକୁ ସମସ୍ତଙ୍କ ପାଇଁ ଉଜାଗାର କରାଯାଉଛି । ସେ ଆହୁରି କହିଥିଲେ ଯେ ଗାନ୍ଧୀ ପରିବାର ଏବେ ଔପନିବେଶିକ ମାନସିକତାରେ ଲିପ୍ତ ଅଟେ । ସେ ରାଜନୀତିକୁ ପରିବାର ନୀତି ମାନନ୍ତି । ସରକାରର ହସ୍ତାନ୍ତରଣର ଏହି ପରମ୍ପରାକୁ ସଂବିଧାନିକ ଧରା ଉପରେ ଏହି ପ୍ରତୀକ ବିଶେଷ ମହତ୍ୱ ରଖେ । କିନ୍ତୁ ବିରୋଧ କରିବା କଂଗ୍ରେସ ଇତିହାସର ଏହି ପୃଷ୍ଠାକୁ ବର୍ତମାନରେ ଉଜାଗର କରିବାର ସରକାରର ଏହି ପ୍ରୟାସ ଉପରେ ରାଜନୀତି କରିବା ତାଙ୍କ ଚରିତ୍ର ଅଟେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *