କଂଗ୍ରେସର କର୍ମୀ ସମ୍ମିଳନୀ ଅନୁଷ୍ଠିତ

Spread the love

ମାଲକାନଗିରି : ଆଜି ମାଲକାନଗିରି ନିର୍ବାଚନ ମଣ୍ତଳୀ ପାଣ୍ତ୍ରୀପାଣୀ ଗ୍ରାମ ଠାରେ ମାଲକାନଗିରି ବ୍ଲକ କଂଗ୍ରେସ କମିଟି ଦ୍ଵାରା ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମୀଳନୀରେ ଆଗକୁ ଥିବା ନିର୍ବାଚନ ପାଇଁ କିଭଳି ବୁଥ ସ୍ତରରେ ସଂଗଠନ ସୁଦୃଢ ହେବ ଏହାକୁ ନେଇ ଆଲୋଚନା ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର, ମାଲକାନଗିରି ବିଧାୟକ ପ୍ରାର୍ଥୀ ମାଲା ମାଢୀ, ଜିଲ୍ଲା ସମ୍ପାଦକ ପ୍ରାଣକୃଷ୍ଣ ମଣ୍ତଳ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଇସାକ ଖସଲା, ପିସିସି ମେମ୍ବର ରବି ହରିଜନ, ଜିଲ୍ଲା ପରିଷଦ ସଭ୍ୟ କୃଷ୍ଣଚନ୍ଦ୍ର ଅନଗୁ, ବ୍ଲକ ସଭାପତି ଭାଷ୍କର ଫଟକା ଏବଂ ବରିଷ୍ଠ କଂଗ୍ରେସ କର୍ମୀଙ୍କ ସହ ବୁହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *