ଦିଲ୍ଲୀ ବିଜେପିକୁ ଝଟକା

Spread the love

ନୂଆଦିଲ୍ଲୀ: ଦିଲ୍ଲୀ ବିଜେପିକୁ ଝଟକା । ପ୍ରଥମରେ ଦିଲ୍ଲୀ ଏମସିଡି ନିର୍ବାଚନରେ ୧୫ ବର୍ଷର ବିଜେପି ଶାସନକୁ ଝାଡୁରେ ସଫା କରିଦେଲା ଆପ। ଏବେ ଦିଲ୍ଲୀର ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା ରବିବାର ଦିନ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏମସିଡି ନିର୍ବାଚନ ୨୦୨୨ରେ ପରାଜୟ ପରେ ସେ ଏଭଳି ନିଷ୍ପତି ନେଇଛନ୍ତି । ଆଦେଶ ଗୁପ୍ତା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ଓ ଜେ ପି ନଡ୍ଡା ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ  କରିଛନ୍ତି ।

ଅନ୍ୟପଟେ ଅଧ୍ୟକ୍ଷ ନିଯୁକ୍ତି ନ ହେବା ଯାଏଁ ବିରେନ୍ଦ୍ର ସଚଦେବାଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଘୋଷଣା କରାଯାଇଛି । ବିରେନ୍ଦ୍ର ସଚଦେବା ଦିଲ୍ଲୀ ବିଜେପିର ଉପାଧ୍ୟକ୍ଷ ଅଛନ୍ତି । ନବ ନିଯୁକ୍ତ କାର୍ଯ୍ୟକାରୀ ଅଧ୍ୟକ୍ଷ ବିରେନ୍ଦ୍ର ସଚଦେବା କହିଛନ୍ତି ଯେ, ମୋ ଭଳି ଜଣେ ସାଧାରଣ କର୍ମକର୍ତ୍ତାକୁ ପାର୍ଟି ଏତେ ବଡ ଦାୟିତ୍ୱ ଦେଇଥିବାରୁ ମୁଁ ପାର୍ଟିକୁ ଧନ୍ୟବାଦ ଦେଉଛି । ମିଳିମିଶି କାମ କରିବାକୁ କର୍ମକର୍ତ୍ତାକୁ ଆହ୍ୱାନ ଦେଇଛନ୍ତି ବିରେନ୍ଦ୍ର ସଚଦେବା ।

Leave a Reply

Your email address will not be published. Required fields are marked *