ଦିଲ୍ଲୀ ପାଇଲା ନୂଆ ମେୟର

Spread the love

ନୂଆଦିଲ୍ଲୀ: ଦିଲ୍ଲୀ ମୁନସିପାଲ କର୍ପୋରେସନରେ ଆପର ବାଜିମାତ। ଆପ ପ୍ରାର୍ଥୀ ସେଲି ଓବରେୟ ହେଲେ ଏମସିଡି ମେୟର। ଦୁଇ ଘଣ୍ଟା ଧରି ଚାଲିଥିବା ଶାନ୍ତିପୂର୍ଣ୍ଣ ମତଦାନ ପରେ ଶୈଳୀ ୧୫୦ ଭୋଟ ହାତେଇ ମେୟର ନିର୍ବାଚିତ ହୋଇଥିବା ବେଳେ ବିଜେପି ପ୍ରାର୍ଥୀଙ୍କୁ ମିଳିଛି ୧୧୬। ସେଲିଙ୍କ ବିଜୟ ପରେ ଆପ ଶିବିରର ଆନନ୍ଦର ମାହୋଲ। ଆପ ପ୍ରାର୍ଥୀଙ୍କ ବିଜୟ ପରେ ଏହାକୁ ଜନତାଙ୍କ ବିଜୟ ଓ ଗୁଣ୍ଡାଗିରିର ପରାଜୟ କହିଛି ଆପ। ପୂର୍ବରୁ ତିନି ଥର ନିର୍ବାଚନ ତାରିଖ ଧାର୍ଯ୍ୟ ହୋଇଥିଲେ ମଧ୍ୟ ତାହା

ଆପ ପ୍ରାର୍ଥୀ ସେଲି ଓବେରଙ୍କ ମୁଣ୍ଡରେ ବିଜୟ ମୁକୁଟ।  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଶାନ୍ତି ଶୃଙ୍ଖଳା ମଧ୍ୟରେ ଶେଷ ହୋଇଛି ମେୟର ନିର୍ବାଚନ। ସେଲି ୧୫୦ ଭୋଟରେ ବିଜୟୀ ଘୋଷଣା ହେବା ପରେ କହିଛନ୍ତି କି, ମୁଁ ଆପଣମାନଙ୍କୁ ସୁନିଶ୍ଚିତ କରୁଛି କି, ଗୃହକୁ ସାମ୍ବିଧାନିକ ଶୈଳୀରେ ଚଳାଇବି। ଗୃହର ମର୍ଯାଦା ରକ୍ଷା ଆପଣମାନେ କରିବେ ତଥା ଗୃହକୁ ସୁରୁଖୁରେ ଚଳାଇବାରେ ସହାୟକ ହେବେ ବୋଲି ସେଲି ସମସ୍ତଙ୍କ ସହଯୋଗ ଲୋଡିଛନ୍ତି।

ସେପଟେ ସେଲିଙ୍କ ବିଜୟ ପରେ ଆପ ବିଧାୟକ ସୌରଭ ଭରଦ୍ବାଜ ସେଲିଙ୍କୁ ଅଭିନନ୍ଦନ ଜଣାଇବା ସହ ଏହା ଜନତାଙ୍କ ବିଜୟ ଓ ଗୁଣ୍ଡାଗିରିର ପରାଜୟ କହିଛନ୍ତି। ଏଥିସହ ଡେପୁଟି ମେୟର ଆଲି ଇକବାଲ ହେବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ଭରଦ୍ବାଜ। ସେଲିଙ୍କ ବିଜୟ ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଟ୍ବିଟ କରି ଗୁଣ୍ଡାଙ୍କ ପରାଜୟ ଓ ଜନତାଙ୍କ ବିଜୟ କହିଛନ୍ତି। ଏଥିସହ ସେ ଆପର ପ୍ରଥମ ମେୟରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସେଲି ଓ ଦିଲ୍ଲୀବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଗୁଣ୍ଡା ହାରିଗଲେ ଜନତା ଜିତିଲେ ବୋଲି ଉଲ୍ଲେଖ କରିଛନ୍ତି। 

ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ମିନିଟରୁ ମେୟର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ଦୁଇ ଘଣ୍ଟା ଧରି ଚାଲିଥିଲା। ନିର୍ବାଚନରେ ସେଲି ୧୫୦ ଭୋଟରେ ହାତେଇଛନ୍ତି ମେୟର ପଦ। ତାଙ୍କ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ୧୧୬ ଭୋଟ ହାସଲ କରିଛନ୍ତି। ମେୟର ନିର୍ବାଚନରେ ମୋଟ ୨୬୫ଟି ଭୋଟ ପଡିଥିବା ବେଳେ ୯ କଂଗ୍ରେସ କାଉନସିଲର ନିଜକୁ ନିର୍ବାଚନରୁ ଅଲଗା ରଖିଥିବା ଦେଖିବାକୁ ମିଳିଛି। ତେବେ ୧୦ ମନୋନୀତ ସାଂସଦ, ୧୪ ମନୋନୀତି ବିଧାୟକ ଓ ୨୪୧ କାଉନସିଲର ମତଦାନ ସାବ୍ୟସ୍ତ କରିଛନ୍ତି।

ସର୍ବୋଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶ ମୁତାବକ ଉପରାଜ୍ୟପାଳଙ୍କ ଦ୍ବାରା ମନୋନୀତି ସଦସ୍ୟମାନେ ଭୋଟ ପ୍ରକ୍ରିୟାରୁ ବାଦ ରହିଛନ୍ତି। ଯେଉଁମାନଙ୍କ ସମ୍ପୃକ୍ତିକୁ ନେଇ ପୂର୍ବରୁ  ଜାନୁଆରୀ ୬, ଜାନୁଆରୀ ୨୪ ଓ ଫେବୃଆରୀ ୬ରେ ନିର୍ବାଚନ ବିଫଳ ହୋଇଥିଲା। ଏହାକୁ ଆପ ପକ୍ଷରୁ ବିରୋଧ କରାଯାଇ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସେଲି ଓବେରୟ।

ଗତ ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟ ମେୟର ନିର୍ବାଚନରେ ରାଜ୍ୟପାଳଙ୍କ ଦ୍ବାରା ମନୋନୀତି ୧୦ ପାରିଷଦ ଭୋଟ ଦେଇ ପାରିବେ ନାହିଁ କହିବା ସହ ଏହାକୁ ଅସମ୍ବିଧାନିକ କହିଥିଲେ। ସମ୍ବିଧାନର ଧାରା ୨୪୩ଆର ଅନୁଯାୟୀର ଉଲ୍ଲଙ୍ଘନ ବୋଲି କୋର୍ଟ କହିଥିଲେ। ଏଥିସହ  ମେୟର ନିର୍ବାଚନ ଉପରେ ପ୍ରଥମ ମିଟିଂ ପାଇଁ ୨୪ ଘଣ୍ଟା ଭିତରେ ନୋଟିସ ଜାରି କରିବାକୁ ଓ ନୋଟିସରେ ମେୟର  ଓ ଅନ୍ୟ ନିର୍ବାଚନର ତାରିଖ ଘୋଷଣା କରିବାକୁ କହିଥିଲେ।

ଶିଳାସ୍ମିତା ରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *