କେଜରିୱାଲ ସରକାରକୁ ଏଲଜିଙ୍କ ପ୍ରଶଂସା

Spread the love

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାର ବଜେଟ ଅଧିବେଶନ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ପ୍ରତ୍ୟେକ ଅଧିବେଶନ ଆରମ୍ଭରେ ଉପରାଜ୍ୟପାଳଙ୍କ ଅଭିଭାଷଣ ଥାଏ। କିନ୍ତୁ ଏଲଜିଙ୍କ ଅଭିଭାଷଣ ପୂର୍ବରୁ ବିଜେପି ଆରମ୍ଭ କରିଥିଲା ନାରାବାଜି। ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ଦାବି କରିଥିଲେ। ବିଜେପିର ହଙ୍ଗାମା ପରେ ଆପ ବିଧାୟକମାନେ ମଧ୍ୟ ଆରମ୍ଭ କରିଦେଇଥିଲେ ନାରାବାଜି।

ଆପର ହଙ୍ଗାମା ଭିତରେ ଉପରାଜ୍ୟପାଳ ନିଜ ଅଭିଭାଷଣ ଦେଇ ପାରି ନ ଥିଲେ। ଏହା ପରେ ସ୍ପିକର ବିଜେପି ବିଧାୟକ ଅନିଲ ବାଜପେୟୀ ଓ ଓପି ଶର୍ମାଙ୍କୁ ମାର୍ଶଲ ଆଉଟ କରିବାକୁ ଆଦେଶ ଦେଇଥିଲେ। ଏହା ପରେ ଗୃହରେ ଶାନ୍ତି ଫେରିଥିଲା ଓ ଏଥିସହ ଉପରାଜ୍ୟପାଳ ବି କେ ସକ୍ସେନା ନିଜ ଅଭିଭାଷଣ ପଢିଥିଲେ।

ନିଜ ଅଭିଭାଷଣରେ ସକ୍ସେନା କେଜରିୱାଲ ସରକାରର ପ୍ରଶଂସା କରି କହିଥିଲେ କି, ବହୁ ବାଧା ସତ୍ତ୍ବେ ଦିଲ୍ଲୀ ସରକାର ଭଲ କାମ କରିଛି। ବୃଦ୍ଧାବସ୍ଥା ସହାୟତା ଯୋଜନାରେ ୪.୮ ଲକ୍ଷଙ୍କୁ ଭତ୍ତା ଦିଆଯାଇଛି, ୧ ଲକ୍ଷରୁ ଅଧିକ ଲୋକଙ୍କୁ ବିଶେଷ ଆବଶ୍ୟକ ଭତ୍ତା ପ୍ରଦାନ କରାଯାଉଛି, ୩.୫ ଲକ୍ଷ ସଂକଟଗ୍ରସ୍ତ ମହିଳାଙ୍କୁ ଆର୍ଥିକ ସହାୟତା ଦିଆଯାଉଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇଛି। ୧୦ମ ଓ ୧୨ଦଶରେ ଭଲ ଫଳ ଆସିଛି। ସରକାର ଡିବିଏସଇ ମୋଡ ସ୍ଥାପନ କରିଛି, ଦିଲ୍ଲୀ ଟେକ୍ନିକାଲ ୟୁନିଭର୍ସିଟିର ଦ୍ବିତୀୟ ଚରଣ କାର୍ଯ୍ୟ ପୁରା ହୋଇଛି।

ଦିଲ୍ଲୀର ବିକାଶ ପାଇଁ ବହୁ ଅଣ୍ଡରପାସ, ଫ୍ଲାଇ ଓଭର ନିର୍ମାଣ କରାଯାଇଛି। ପୂରା ଦିଲ୍ଲୀରେ ୧ଲକ୍ଷ ୩୫ ହଜାର ସିସିଟିଭି କ୍ୟାମେରା ଲଗାଯାଇଛି। ୭୫ ତମ ସ୍ବତନ୍ତ୍ରତା ଦିବସରେ ଦିଲ୍ଲୀରେ ୫୦୦ ରାଷ୍ଟ୍ରୀୟ ପତାକା ଲଗାଯାଇଛି। ସରକାରୀ ସ୍କୁଲରେ ପ୍ରାୟ ୨୦ହଜାର କୋଠରୀ କରାଯାଇଛି। ସରକାର ୩୪ କିମିର ନୂଆ ପାଇପ ଲାଇନ ବିଛାଇବାରେ ସକ୍ଷମ ହୋଇଛି। ଚନ୍ଦ୍ରାବଳ ଓ ୱଜିରାବାଦରେ ଡବ୍ଲୁଟିପି ଯୋଜନା ପୁରା ହେବା ଉପରେ। ସେହି ପରି ସ୍ବାସ୍ଥ୍ୟ, ପରିବହନ, ପରିବେଶର ବିକାଶ ଦିଗରେ ସରକାର ଦ୍ବାରା କରାଯାଇଥିବା ଯୋଜନାକୁ ନିଜ ଭାଷଣରେ ଉଲ୍ଲେଖ କରିଥିଲେ ସକ୍ସେନା।

ଉପରାଜ୍ୟପାଳଙ୍କ ଅଭିଭାଷଣ ପରେ ଆପ ମନ୍ତ୍ରୀ ସୌରଭ ଭରଦ୍ବାଜ  ଗଅହରେ ହଙ୍ଗାମା କରୁଥିବା ବିଜେପି ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏଥିସହ ଭରଦ୍ବାଜ ଦାବି କରିଥିଲେ କି, ଏହି ମାମଲାକୁ ବିଧାନସଭାର ଏଥିକ୍ସ କମିଟିକୁ ପଠାଯାଉ ଓ ପ୍ରସ୍ତାବ ବିଧାନସଭାରେ ପାସ ହୋଇଯାଇଛି।

Leave a Reply

Your email address will not be published. Required fields are marked *