ବିଜେପିର ସମ୍ୱର୍ଦ୍ଧନା ସଭାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା

Spread the love

ଭୁବନେଶ୍ୱରରେ ନବନିର୍ବାଚିତ ବିଧାୟକ ଓ ସାଂସଦଙ୍କ ପାଇଁ ବିଜେପିର ସମ୍ବର୍ଦ୍ଧନା ସଭା । ଏହି କାର୍ଯ୍ୟକ୍ରମରେ ନିର୍ବାଚିତ ବିଧାୟକ ଓ ସାଂସଦ ଯୋଗ ଦେଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ମଧ୍ୟ ସାମିଲ ହୋଇଛନ୍ତି । ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇ କହିଛନ୍ତି, ବିଜେପି କେବଳ ଏହି ବିଜୟର ହକଦାର ନୁହେଁ । ବରଂ ଏହି ବିଜୟର ହକଦାର ସାଢେ ୪ କୋଟି ଓଡ଼ିଶାବାସୀ । ବିଜେପିର ଶୀର୍ଷ ନେତୃତ୍ୱ ଆଞ୍ଚଳିକ ଆବେଗ ଓ ସମ୍ବେଦନଶୀଳତାକୁ ସ୍ୱୀକୃତି ଦେଇଥିଲେ । ଜାତୀୟ ଦଳ ହୋଇ କିଭଳି ବିଜେପି ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇଥିଲା ତାହା ଗବେଷଣାର ବିଷୟବସ୍ତୁ ପାଲଟିବ ।ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆମର ଯେପରି ଭୁଲ ନହେଉ ସେନେଇ ମହାପ୍ରଭୁ ଆଶୀର୍ବାଦ କରନ୍ତୁ । ଏ ସରକାର କଠିନ ପରିଶ୍ରମ କରିବ । ଏ ସରକାର ପଛରେ ପ୍ରଧାନମନ୍ତ୍ରୀଙ୍କ ଭଳି ନେତୃତ୍ୱ ଛିଡା ହୋଇଛନ୍ତି । ଓଡ଼ିଆ ଲୋକଙ୍କ ଆଶୀର୍ବାଦ କାରଣରୁ ଏବେ ଜାତୀୟ ରାଜନୀତିରେ ଓଡ଼ିଶା କେନ୍ଦ୍ରବିନ୍ଦୁ ପାଲଟିଛି । ଗାଁ ଗାଁରେ ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିବାକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Leave a Reply

Your email address will not be published. Required fields are marked *